Sunday, November 15, 2026
Home ଆଞ୍ଚଳିକ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ବେଳେ ଧସ୍ତାଧସ୍ତି

ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ବେଳେ ଧସ୍ତାଧସ୍ତି

33

ଭୁବନେଶ୍ବର ,୧୯/୦୩/୨୧ (ଜିଲ୍ଲା ଖବର) :  ଭୁବନେଶ୍ବର ଶିଶୁଭବନ ଛକରେ ପୋଲିସ-ଯୁବ କଂଗ୍ରେସ କର୍ମୀ ମୁହାଁମୁହିଁ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ବେଳେ ଧସ୍ତାଧସ୍ତି ।  ମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାଉଥିବା ବେଳେ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ କିଛି ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ । ମହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗରେ ଯୁବ କଂଗ୍ରେସ ପକ୍ଷରୁ ତାଙ୍କର ଇସ୍ତଫା ସହ ତାଙ୍କୁ ଗିରଫ କରାଯିବାକୁ ଦାବି କରାଯାଇଛି । ଖାଲି ସେତିକି ନୁହେଁ ମାହାଙ୍ଗାର ବିଭିନ୍ନ ହତ୍ୟାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଆଜି ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଘେରାଉ କରିବା ପାଇଁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା । ତେବେ ରାଲିରେ ଯିବା ବେଳେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କର୍ମୀଙ୍କୁ ପୁଲିସ ଶିଶୁ ଭବନ ଛକ ନିକଟରେ ଅଟକାଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତା ହୋଇଥିଲା । ଏନେଇ ପୁଲିସ ବହୁ କର୍ମୀଙ୍କୁ ଅଟକ ରଖିଥିବା ଜଣାଯାଇଛି ।