Sunday, November 15, 2026
Home ଆଞ୍ଚଳିକ ପିପିଲି ଉପନିର୍ବାଚନ ପୂର୍ବରୁ ବିଜେଡିରେ ଫାଟ

ପିପିଲି ଉପନିର୍ବାଚନ ପୂର୍ବରୁ ବିଜେଡିରେ ଫାଟ

30

ଭୁବନେଶ୍ୱର,୧୯/୦୩/୨୧ (ଜିଲ୍ଲା ଖବର) : ପିପିଲି ଉପନିର୍ବାଚନ ପୂର୍ବରୁ ବିଜେଡିରେ ଫାଟ  । ମହାରଥୀଙ୍କ ପରିବାର ପରେ ସନ୍ଧ୍ୟାବତୀ ପ୍ରଧାନଙ୍କ ଏଣ୍ଟ୍ରୀ  । ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କୁ ଭେଟିଲେ ଡେଲାଙ୍ଗ ଅଞ୍ଚଳବାସୀ  । ସନ୍ଧ୍ୟବତୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବାକୁ କରିବାକୁ ଦାବି ଉପସ୍ଥାପନ କଲେ  । ଏପରିକି ଟିକେଟ ନ ମିଳିଲେ ବିଜେଡିର ପରାଜୟ ସହ ଫାଟ ସୃଷ୍ଟି ହେବା ନେଇ ଚେତାବନୀ ଦେଇଛନ୍ତି  ।

ପୂର୍ବରୁ ମହାରଥୀଙ୍କ ପରିବାରରୁ ଜଣଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିଲା  । ତେବେ ବର୍ତ୍ତମାନ ସନ୍ଧ୍ୟାବତୀଙ୍କ ଏଣ୍ଟ୍ରୀ ବିଜେଡିର ଟେନସନକୁ ବଢାଇଛି  । ଆସନ୍ତା ମାସ ଏପ୍ରିଲ ୧୭ରେ ହେବ ପିପିଲି ଉପନିର୍ବାଚନ  । ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ।