
୧୯/୦୩/୨୧ (ଜିଲ୍ଲା ଖବର) : ବିଭିନ୍ନ ସମୟରେ ଅନେକ୍ ଲୋକଙ୍କ କ୍ଷେତ୍ରରେ ପାଦ ଗୋଇଠି ବଥା ହେବା ସମସ୍ୟା ଦେଖା ଦେଇଥାଏ । ତେବେ ପାଦ ଗୋଇଠି ବଥା ହେବାର ବିଭିନ୍ନ କାରଣ ରହିଥାଏ । ଯେପରିକି,ଅଧିକ ସମୟ ଉଚ୍ଚା ହିଲ୍ ପିନ୍ଧିବା । ଅଧିକ ସମୟ ଚାଲିବା ,ଛିଡା ହୋଇ ରହିବା ଏହା ବ୍ୟତୀତ ଆହୁରି ଅନେକ୍ କାରଣ ରହିଥାଏ । ତେବେ ପାଦ ଗୋଇଠି ବଥା ହେବା ଆରମ୍ଭ ହେଲେ ,ଚାଲିବା କଷ୍ଟକର ହୋଇପଡେ । ଯାହା ଫଳରେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ, ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହିତ,କିଛି ଘରୋଇ ଉପଚାର ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ଅଦା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ଏହା ସହିତ ଅଦା ପାଦ ଗୋଇଠି ବଥାରୁ ରକ୍ଷା କରିବାରେ ମଧ୍ୟ ସହାୟକ ହୋଇଥାଏ । ଅଦା ଦ୍ୱାରା ପ୍ରସ୍ତୁତ କାଢା ପିଇବା ଦ୍ୱାରା,ଏହା ଗୋଇଠି ବଥା କମ୍ କରିବାରେ ସାହାଯ୍ୟ କରେ ।
-ଲବଙ୍ଗ ତେଲ ଗୋଇଠିରେ ମାଲିସ କରିବା ଦ୍ୱାରା ,ଏହା ଗୋଇଠି ବଥାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ହଳଦୀକୁ ମସଲା ରୁପରେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଏହା ସହିତ ହଳଦୀରେ ଅନେକ୍ ଔଷଧିୟ ଗୁଣ ମଧ୍ୟ ଭରି ରହିଥାଏ । ତେବେ ଗୋଇଠି ବଥା ସମସ୍ୟାର ସମ୍ମୁଖୀନ ହେଉଥିଲେ କ୍ଷୀରରେ ହଳଦୀ ମିଶାଇ ସେବନ କରିବା ଦ୍ୱାରା , ଏଥିରୁ ଆରାମ୍ ମିଳିଥାଏ ।
-ସୋରିଷ ମଞ୍ଜିରେ ତେଲ ପ୍ରସ୍ତୁତ କରିବା ସହିତ ସୋରିଷକୁ ମସଲାରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହା ସହିତ ସୋରିଷ ଗୋଇଠି ବଥାରୁ ରକ୍ଷା କରିବାରେ ସାହାଯ୍ୟ କରେ । ସୋରିଷକୁ ପେଶି , ଏକ ବାଲଟିରେ ଗରମ ପାଣି ନେଇ , ସେଥିରେ ଏହି ମିଶ୍ରଣକୁ ମିଶାଇ ୧୫ ରୁ ୨୦ ମିନିଟ୍ ଯାଏଁ ,ପାଦ ବୁଡାଇ ରଖିବା ଦ୍ୱାରା, ଗୋଇଠି ବଥା କମ୍ ହୋଇଥାଏ ।


