Sunday, November 15, 2026
Home ଆଞ୍ଚଳିକ ସୁନା ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ, 50 ଗ୍ରାମ୍ ସୁନା ନେଇ ବାଇକରେ ଯିବା ପରେ ମିଳୁନି...

ସୁନା ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ, 50 ଗ୍ରାମ୍ ସୁନା ନେଇ ବାଇକରେ ଯିବା ପରେ ମିଳୁନି ପତ୍ତା

64

 ବାଲେଶ୍ୱର, ୧୯/୦୩/୨୧ (ଜିଲ୍ଲା ଖବର) :  ବାଲେଶ୍ୱର ସୋରରେ ସୁନା ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ସୁନା ବ୍ୟବସାୟୀଙ୍କୁ ସୁନା କିଣିବାକୁ ଫୋନ୍ କରି ଡକାଇଲେ । ପ୍ରାୟ ୫୦ ଗ୍ରାମର ସୁନା ଅଳଙ୍କାର ନେଇ ବ୍ୟବସାୟୀ, ଗ୍ରାହକଙ୍କ ପାଖକୁ ଯିବା ପରେ ତାଙ୍କର ଆଉ କୌଣସି ଖବର ମିଳିନାହିଁ । ଏହାକୁ ନେଇ ପରିବାର ଲୋକେ ସୋର ଥାନାରେ ଅପହରଣ ଅଭିଯୋଗ କରିଛନ୍ତି ।

ସୋରର ସୁଭମ ଜୁଏଲାରୀ ମାଲିକଙ୍କ ସହିତ ଏପରି ଘଟଣା ଘଟିଛି । ଅଭିଯୋଗ ଅନୁସାରେ, ଗତକାଲି ଦାଣ୍ଡହରିପୁର ଅଂଚଳର ସୁମନ୍ତ ମଳିକ ନାମକ ଯୁବକ ଗହଣା କିଣିବା ପାଇଁ ଶୁଭମ ଜୁଏଲାରୀର ପ୍ରହଲ୍ଲାଦ ବେହେରାଙ୍କୁ ଫୋନ୍ କରି ଡକାଇଥିଲେ । ପ୍ରହଲ୍ଲାଦ ୫୦ ଗ୍ରାମର ସୁନା ଅଳଙ୍କାର ନେଇ ଦାଣ୍ଡହରିପୁର ଗାଁକୁ ଯିବା ପରଠାରୁ ତାଙ୍କର ପତ୍ତା ମିଳୁନି । ତାଙ୍କର ମୋବାଇଲ୍ ଫୋନ୍ ମଧ୍ୟ ସୁଇଚଅଫ୍ ଆସୁଛି । କିଛି ଦିନ ପୂର୍ବରୁ ସୋର ଅଂଚଳର ଜଣେ ଯୁବକକୁ କୋଲକାତାର ଚବିଶପ୍ରଗଣା ଅଂଚଳରେ ପଣବନ୍ଦୀ ରଖାଯାଇଥିବା ଖବର ଲୋକଙ୍କ ମନରୁ ଲିଭିନଥିବା ବେଳେ ଶୁଭମ ଜୁଏଲାରୀର ସୁନା ବ୍ୟବସାୟୀଙ୍କ ଏପରି ନିଖୋଜ ଖବର ଅଂଚଳରେ ଭୟ ଖେଳାଇ ଦେଇଛି ।