
ବାଲେଶ୍ୱର,୧୯/୦୩/୨୧ (ଜିଲ୍ଲା ଖବର) : ପିଲାଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ । ସାଙ୍ଗରେ ଆଣିଥିବା କାରକୁ ଭାଙ୍ଗିଲେ ଉତ୍ୟକ୍ତ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କମର୍ଦ୍ଦା ଥାନା ଅନ୍ତର୍ଗତ ରସଲପୁର ଗ୍ରାମରେ । ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରେ ଗତ ବିଳମ୍ବିତ ରାତିରେ ପିଲା ଚୋରି କରିବା ଉଦେଶ୍ୟ ଚାରି ଜଣ ଘରେ ପଶିଥିଲେ । ଘରର ଜଣେ ମହିଳା ଜାଣି ପାରି ପରିବାର ଲୋକଙ୍କୁ ଡାକିଥିଲେ ଫଳରେ ଚାରି ଜଣ ଯୁବକଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିବା ବେଳେ 2 ଜଣ ଖସି ପଳାଇଥିଲେ । ତେବେ ଅଟକ ଦୁଇ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ ମାରିବା ସହ ସେମାନଙ୍କ କାରକୁ ସ୍ଥାନୀୟ ଲୋକେ ଭାଙ୍ଗି ଦେଇଛନ୍ତି । ଦୁଇ ଯୁବକଙ୍କ ଘର ଭୋଗରାଇ ଥାନା ଅନ୍ତର୍ଗତ ଦେଉଳା ଗ୍ରାମର ବୋଲି ଜଣାପଡ଼ିଛି ।



