Tuesday, November 17, 2026
Home ଆଞ୍ଚଳିକ ରେକର୍ଡ ଭାଙ୍ଗୁଛି କରୋନା, ଦିନକରେ 40 ହଜାର ପଜିଟିଭ

ରେକର୍ଡ ଭାଙ୍ଗୁଛି କରୋନା, ଦିନକରେ 40 ହଜାର ପଜିଟିଭ

10

୧୯/୦୩/୨୧ (ଜିଲ୍ଲା ଖବର) : ଦ୍ରୁତ ଗତିରେ ବଢୁଛି କୋରୋନା ସଂକ୍ରମଣ  । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ ସୃଷ୍ଟି କରୁଛି  । ଗତକାଲି 35 ହଜାର କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସମସ୍ତ ରେକର୍ଡ ଭାଙ୍ଗି 40 ହଜାର ନୂଆ ମାମଲା ସାମନାକୁ ଆସିଛି  । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟାରେ 39,726 ଜଣ ନୂଆ କୋରୋନା ମାମଲା ସାମନାକୁ ଆସିଛି  । ଏହାସହ 154 ଜଣ ପ୍ରାଣ ହରାଇଛନ୍ତି  । ଏତିକିବେଳେ 20,654 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି  ।

ତଥ୍ୟ ଅନୁଯାୟୀ , ବର୍ତ୍ତମାନ ଦେଶରେ ମୋଟ କରୋନା ମାମଲା ଏକ କୋଟି 15 ଲକ୍ଷ 14 ହଜାର 331 କୁ ବୃଦ୍ଧି ପାଇଛି। ସମୁଦାୟ ଏକ ଲକ୍ଷ 59 ହଜାର 370 ଲୋକ ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଏକ କୋଟି 10 ଲକ୍ଷ 83 ହଜାର 679 ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ 2 ଲକ୍ଷ 71 ହଜାର 282  ଆକ୍ଟିଭ ମାମଲା ରହିଛି  । ମହାରାଷ୍ଟ୍ରରେ ସ୍ଥିତି ଅତି ସଙ୍ଗୀନ ହେବାରେ ଲାଗିଛି  । ଗତ ୨୪ ଘଣ୍ଟାରେ ୨୫ ହଜାର ୮୩୩ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୮ ଜଣ ପ୍ରାଣ ହରାଇଛନ୍ତି ।