Wednesday, November 11, 2026
Home ଆଞ୍ଚଳିକ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ସ୍ୱାଭାବିକ ଚାଲିଛି ଗୃହକାର୍ଯ୍ୟ

ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ସ୍ୱାଭାବିକ ଚାଲିଛି ଗୃହକାର୍ଯ୍ୟ

39

୧୯/୦୩/୨୧ (ଜିଲ୍ଲା ଖବର) : ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ସ୍ୱାଭାବିକ ଚାଲିଛି ଗୃହକାର୍ଯ୍ୟ । ଧାନକିଣା ପ୍ରସଙ୍ଗରେ ଆଜି ଦିନ ସାଢେ ୧୧ଟାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କ ଆଭିମୁଖ୍ୟ ଗୃହରେ ରଖିବେ ।

ଅନ୍ୟପଟେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆସୁଥିବା ଅଭିଯୋଗ ଗୃହରେ ଆଉ ଉଠିବ ନାହିଁ । ବରଂ ସୁବାସ ପାଣିଗ୍ରାହୀଙ୍କ ସମସ୍ୟାକୁ ନେଇ ଏକ ସ୍ୱତନ୍ତ୍ର ସ୍ୱାଧିକାର କମିଟି ଗଠନ କରାଯାଇ ଏହି ସମସ୍ୟାର ବିଚାର କରାଯିବ ବୋଲି କହିଛନ୍ତି ବାଚସ୍ପତି ।