Home ଆଞ୍ଚଳିକ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ

17

 ଭଦ୍ରକ,୧୯/୦୩/୨୧ (ଜିଲ୍ଲା ଖବର) : ଅଗ୍ନିକାଣ୍ଡରେ ଜଳିଗଲା 5 ପରିବାରର 10 ବଖରା ଘର । ଯେଉଁଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଭଦ୍ରକ ଚରମ୍ପା ବେଲମଳା ଗ୍ରାମରେ ଲୋକମାନେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଦେଖି ପରିବାର ଲୋକ  ନିଜ ଜୀବନ ବଞ୍ଚାଇବାକୁ ଯାଇ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ପରେ ନିଆଁକୁ ଆୟତ କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା । ଅଗ୍ନିଶମ ବାହିନୀ ଖବର ପାଇବା ପରେ, ଏହାର ଦୁଇଟି ଗାଡି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଉକ୍ତ ଅଞ୍ଚଳର ଗୌରହରି ବେହେରା, ପ୍ରହ୍ଲାଦ ବେହେରା, ନିର୍ମଳ ବେହେରା, ଦୀନେଶ ବେହେରାଙ୍କର ଘର ଦ୍ୱାର ଜଳି ପୋଡି ଛାର ଖାର ହୋଇଯାଇଥିଲା । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।