Tuesday, November 17, 2026
Home ଆଞ୍ଚଳିକ ଜଙ୍ଗଲ ଏଵେ ଧୂସର ପାଉଁଶ ପାହାଡ଼

ଜଙ୍ଗଲ ଏଵେ ଧୂସର ପାଉଁଶ ପାହାଡ଼

8

ବ୍ରହ୍ମପୁର, ୧୯/୦୩/୨୧ (ଜିଲ୍ଲା ଖବର) : ଗଞ୍ଜାମ ବିସ୍ତିର୍ଣ୍ଣ ଜଙ୍ଗଲ ଏଵେ ଧୂସର ପାଉଁଶ ପାହାଡ଼ । ଜଳିବାକୁ ଲାଗିଛି ପୂରା ଜଙ୍ଗଲ । ଗଞ୍ଜାମ- ଗଜପତି ସୀମାନ୍ତ ତପ୍ତପାଣି ଉପର ଖେମୁଣ୍ଡି ଖୋଲା ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି ଗ୍ରାମବାସୀ । ତପ୍ତପାଣିକୁ ଲାଗିରହିଥିବା ପର୍ବତମାଳାର ସମସ୍ତ ପାହାଡ଼ ଯେଉଁଆଡ଼େ ଆଖି ବୁଲାଇଲେ ନିଆଁ ଓ ପାଉଁଶ ଦୃଶ୍ୟମାନ ହେଉଛି । ବନବିଭାଗ ଚନ୍ଦ୍ରଗିରି ରେଞ୍ଜ ଅନ୍ତର୍ଗତ ଏସବୁ ଜଙ୍ଗଲରେ ନିଆଁ ଲିଭିବାର ନାଁ ନେଉନାହିଁ । ଦଶେଇପୁର ଛକ ପାହାଡ଼ ଠାରୁ ଆରମ୍ଭକରି 326 ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଥିବା ବଣ ପାହାଡ଼ରେ ବ୍ୟାପକ ମାତ୍ରାରେ ନିଆଁ ଲାଗିବା ଯୋଗୁଁ ବନ୍ୟପ୍ରାଣୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି ।