
ପୁରୀ, ୧୯/୦୩/୨୧ (ଜିଲ୍ଲା ଖବର) : ପୁରୀ ଗୋପରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା । ୫ ଦିନ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଅଜୟ ଭୂୟାଁକୁ ବୌଦ୍ଧରୁ ବାନ୍ଧିଲା ଗୋପ ପୋଲିସ । ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ କରିଥିଲା ନାରକୀୟ କାଣ୍ଡ । ନାବାଳିକା ଜଣଙ୍କ ପ୍ରତିବାଦ କରିବାରୁ ଏକ ପିଢାରେ ନାବାଳିକାଙ୍କ ମୁଣ୍ଡରେ ଶକ୍ତ ଆଘାତ କରିଥିଲା । ଦୀର୍ଘ ସମୟ ପଡି ରହିବା ପରେ ପରିବାର ଲୋକେ ଘରେ ପହଞ୍ଚିବା ପରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ପୂର୍ବରୁ ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଡାକିବା ବଦଳରେ ଓଲଟା ପୀଡିତାର ବାପା ମାଆଙ୍କୁ ପଚରାଉଚରା କରିଥିଲା । ଏବେ ବୌଦ୍ଧରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।



