Monday, November 16, 2026
Home ଆଞ୍ଚଳିକ ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା, ୨୪ ଘଣ୍ଟାରେ ୨୫ ହଜାର ୮୩୩ ନୂଆ ପଜିଟିଭ

ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା, ୨୪ ଘଣ୍ଟାରେ ୨୫ ହଜାର ୮୩୩ ନୂଆ ପଜିଟିଭ

16

୧୯/୦୩/୨୧ (ଜିଲ୍ଲା ଖବର) : ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା । ଚିନ୍ତା ବଢ଼ାଇଲା ୨୪ ଘଣ୍ଟାରେ ୨୫ ହଜାର ୮୩୩ ନୂଆ ପଜିଟିଭ । ସେହିପରି ଗୋଟିଏ ଦିନରେ ୫୮ ଜୀବନ ନେଇଛି ଭାଇରସ । ପ୍ରତିଦିନ ବଢ଼ୁଥିବା ସଙ୍କ୍ରମଣ ରେଟକୁ ନେଇ ଟେନସନ । ଅବଶ୍ୟ ରାଜ୍ୟରେ ଗୋଟିଏ ଦିନରେ ୧୨ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ସେପଟେ ପଞ୍ଜାବରେ ବି  ଦିନକରେ ୨ ହଜାର ୩୦୦ ପଜିଟିଭ ଚିହ୍ନଟ ହୋଇଛନ୍ତା । ବଢ଼ୁଥିବା ସଂଖ୍ୟା ପରେ ପଞ୍ଜାବ ପ୍ରଶାସନ ପକ୍ଷରୁ କିଛି ଅଞ୍ଚଳରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଜଳନ୍ଧର ଓ ଲୁଧିଆନାରେ ଆଜି ରାତିଠୁ ଲାଗୁ ହେବ କଟକଣା । କେରଳରେ ବି ୨୪ ଘଣ୍ଟାରେ ୧ ହଜାର ୮୯୯ ନୂଆ ମାମଲା ସାମ୍ନାକୁ ଆସିଛି ।