Saturday, October 10, 2026
Home ଆଞ୍ଚଳିକ ପିପିଲି ଉପନିର୍ବାଚନ ପୂର୍ବରୁ ବିଜେଡିରେ ଫାଟ

ପିପିଲି ଉପନିର୍ବାଚନ ପୂର୍ବରୁ ବିଜେଡିରେ ଫାଟ

39

ପୁରୀ ,୧୯/୦୩/୨୧ (ଜିଲ୍ଲା ଖବର) : ପିପିଲି ଉପନିର୍ବାଚନ ପୂର୍ବରୁ ବିଜେଡିରେ ଫାଟ । ମହାରଥୀଙ୍କ ପରିବାର ପରେ ସନ୍ଧ୍ୟାବତୀ ପ୍ରଧାନଙ୍କ ଏଣ୍ଟ୍ରୀ । ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କୁ ଭେଟିଲେ ଡେଲାଙ୍ଗ ଅଞ୍ଚଳବାସୀ । ସନ୍ଧ୍ୟବତୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବାକୁ କରିବାକୁ ଦାବି ଉପସ୍ଥାପନ କଲେ । ଏପରିକି ଟିକେଟ ନ ମିଳିଲେ ବିଜେଡିର ପରାଜୟ ସହ ଫାଟ ସୃଷ୍ଟି ହେବା ନେଇ ଚେତାବନୀ ଦେଇଛନ୍ତି । ପୂର୍ବରୁ ମହାରଥୀଙ୍କ ପରିବାରରୁ ଜଣଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ବର୍ତ୍ତମାନ ସନ୍ଧ୍ୟାବତୀଙ୍କ ଏଣ୍ଟ୍ରୀ ବିଜେଡିର ଟେନସନକୁ ବଢାଇଛି । ଆସନ୍ତା ମାସ ଏପ୍ରିଲ ୧୭ରେ ହେବ ପିପିଲି ଉପନିର୍ବାଚନ । ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ।