Sunday, November 15, 2026
Home ଆଞ୍ଚଳିକ ଆଜିଠୁ ସ୍ୱାଭାବିକ ହୋଇପାରେ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଆଜିଠୁ ସ୍ୱାଭାବିକ ହୋଇପାରେ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

8

 ଭୁବନେଶ୍ୱର,୧୯/୦୩/୨୧ (ଜିଲ୍ଲା ଖବର) : ଆଜିଠୁ ସ୍ୱାଭାବିକ ହୋଇପାରେ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଗତ ୬ ଦିନ ଧରି ଅଚଳ ହୋଇ ପଡିଥିବା ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରେ ବୋଲି ଆଶା ପ୍ରକାଶ କରିଛନ୍ତି ବାଚସ୍ପତି । ଗତକାଲି ନବୀନ ନିବାସ ଆଗରେ ପଲ୍‌ଟିକାଲ ଡ୍ରାମା ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଧାନକିଣା ପ୍ରସଙ୍ଗରେ ଆଜି ଦିନ ସାଢେ ୧୧ଟାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କ ଆଭିମୁଖ୍ୟ ଗୃହରେ ରଖିବେ । ଅନ୍ୟପଟେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆସୁଥିବା ଅଭିଯୋଗ ଗୃହରେ ଆଉ ଉଠିବ ନାହିଁ । ବରଂ ସୁବାସ ପାଣିଗ୍ରାହୀଙ୍କ ସମସ୍ୟାକୁ ନେଇ ଏକ ସ୍ୱତନ୍ତ୍ର ସ୍ୱାଧିକାର କମିଟି ଗଠନ କରାଯାଇ ଏହି ସମସ୍ୟାର ବିଚାର କରାଯିବ ବୋଲି କହିଛନ୍ତି ବାଚସ୍ପତି ।