Friday, November 20, 2026
Home ଆଞ୍ଚଳିକ ଲୋକସଭାରେ ଉଠିଲା ଓଡ଼ିଶାର ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ

ଲୋକସଭାରେ ଉଠିଲା ଓଡ଼ିଶାର ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ

9

ନୂଆଦିଲ୍ଲୀ ,୧୯/୦୩/୨୧ (ଜିଲ୍ଲା ଖବର) : ଲୋକସଭାରେ ଉଠିଲା ଓଡ଼ିଶାର ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ। ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ପ୍ରସଙ୍ଗ ଉଠାଇ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଯେତେବେଳେ ଆତ୍ମନିର୍ଭର ଭାରତବର୍ଷ ନିର୍ମାଣ ଓ ଚାଷୀର ଆୟ ଦ୍ୱିଗୁଣିତ କରିବା ପାଇଁ ପ୍ରୟାସ ଚାଲିଛି । ସେହି ସମୟରେ ଓଡ଼ିଶାର ଚାଷୀ ଧାନ ମଣ୍ଡିରେ ଧାନ ବିକ୍ରି ନହେବା ଫଳରେ ହତାଶ ହୋଇ ବସିଛି ଚାଷୀ । ଓଡ଼ିଶାରେ ଲକ୍ଷେ କ୍ୟୁଣ୍ଟାଲରୁ ଅଧିକ ଧାନ ମଣ୍ଡିରେ ପଡିରହିଛି I ଟୋକନ ବ୍ୟବସ୍ଥା ଓଡ଼ିଶାର ଚାଷୀକୁ ତଳିତଳାନ୍ତ କରିଦେଲାଣି, ତେଣୁ ଏହି ବିଷମ ପରିସ୍ଥିତିରୁ ଓଡ଼ିଶା ଚାଷୀକୁ ରକ୍ଷା କରିବା ପାଇଁ, ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଓ ପଡି ରହିଥିବା ଧାନ ଶୀଘ୍ର ଉଠେଇବା ପାଇଁ ଲୋକସଭାରେ ଦାବି କରିଥିଲେ।