
ନୟାଗଡ଼, ୧୯/୦୩/୨୧ (ଜିଲ୍ଲା ଖବର) : ନୟାଗଡ଼ ଜିଲ୍ଲା ସରଣକୁଳ ଥାନା ଜଗନ୍ନାଥପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଗୁରୁବାର ବିଳମ୍ବିତ ରାତିରେ ନୟାଗଡ- ଶରଣକୂଳ ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି ହୋଇଛନ୍ତି l ତେବେ ଘଟଣାସ୍ଥଳରେ ସ୍ଥାନୀୟ ଶରଣକୂଳ ପୋଲିସ ଓ ନୟାଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l ତେବେ ଦୁର୍ଘଟଣାରେ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ପଥରକଟାର ଶ୍ୟାମ ସେଠି ହୋଇଥିବା ବେଳେ ଅନ୍ୟଜଣେ ଜଗନ୍ନାଥପୁର ଗାଁର କୃଷ୍ଣ ନାୟକ ବୋଲି ସୂଚନା ମିଳିଛି l



