Wednesday, July 22, 2026
Home ଆଞ୍ଚଳିକ ବାଙ୍ଗରଡ଼ା ଭାଗବତ ସ୍ୱାମୀ ଯୁବକଳା ଆଞ୍ଚଳିକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ରେ ପାଲକଷଣ୍ଢା ଚାମ୍ପିୟନ୍

ବାଙ୍ଗରଡ଼ା ଭାଗବତ ସ୍ୱାମୀ ଯୁବକଳା ଆଞ୍ଚଳିକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ରେ ପାଲକଷଣ୍ଢା ଚାମ୍ପିୟନ୍

55

ବେଲଗୁଣ୍ଠା,୧୮/୦୩(ଜିଲ୍ଲା ଖବର) : ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡ଼ା ଗ୍ରାମରେ ଚାଲିଥିବା ଭାଗବତ ସ୍ୱାମୀ ଯୁବକଳା ଆଞ୍ଚଳିକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ୍ ମ୍ୟାଚ୍ ରେ ପାଲକଷଣ୍ଢା ଟିମ୍ ସୋରଡ଼ ଟିମ୍ କୁ ମାତ୍ ଦେଇ ଚାମ୍ପିୟନ୍ ଟ୍ରଫି ହାତେଇ ନେଇଛି I ସୂଚନା ପ୍ରକାରେ ଆଠଟି ଟିମ୍ କୁ ନେଇ ଆୟୋଜିତ ହୋଇଥିବା ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟ୍ ରେ ବିଦେଶୀ ସ୍ଵାଇଁଙ୍କ ନେତୃତ୍ୱାଧୀନ ପାଲକଷଣ୍ଢା ଭଲିବଲ୍ ଟିମ୍ ଲିଗ୍ ମ୍ୟାଚ୍ ରେ ଉନ୍ନତ ପ୍ରଦର୍ଶନ କରି କ୍ଵାର୍ଟର ଫାଇନାଲ୍ ରେ ପ୍ରବେଶ କରିଥିବା ବେଳେ କ୍ଵାର୍ଟର ଫାଇନାଲ୍ ରେ ବେଲଗୁଣ୍ଠା ଏବଂ ସେମିଫାଇନାଲ୍ ରେ ବାଙ୍ଗରଡ଼ାକୁ ହରାଇ ଫାଇନାଲ୍ ରେ ପ୍ରବେଶ କରିଥିଲା I ଆଜିର ଫାଇନାଲ୍ ମ୍ୟାଚ୍ ପାଲକଷଣ୍ଢା ଏବଂ ସୋରଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ମ୍ୟାଚ୍ ରେ ପାଲକଷଣ୍ଢା ଦଳ ସର୍ବୋତ୍କୃଷ୍ଟ ଦଳୀୟ ପ୍ରଦର୍ଶନ ବଳରେ ସୋରଡ ଟିମ୍ ଠାରୁ 19-11 ପଏଣ୍ଟର ବୃହତ୍ ବ୍ୟବଧାନରେ ବିଜୟ ଲାଭ କରିଥିଲା I ଉଦଯାପନୀ ଉତ୍ସବରେ ବାଙ୍ଗରଡ଼ା ସରପଞ୍ଚ ରମେଶ ଚନ୍ଦ୍ର ବଢ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ୍ ଟିମ୍ ଭାବେ ପାଲକଷଣ୍ଢା ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିବା ସହ ପାଲକଷଣ୍ଢା ଟିମ୍ ରୁ ବେଷ୍ଟ ହିଟର୍ ଭାବେ ପ୍ରଦୀପ ଗୌଡ, ବେଷ୍ଟ ନେଟର୍ ଭାବେ ଗୌତମ ଏବଂ ବେଷ୍ଟ ପ୍ଲେୟାର ଭାବେ ସୋରଡ଼ ଟିମ୍ ର ସୁରଙ୍କୁ ପୁରସ୍କୃତ କରିଥିଲେ I ପାଲକଷଣ୍ଢା ଟିମ୍ ର ଏହି ବିଜୟରେ ପାଲକଷଣ୍ଢା ଯୁବକ ସଂଘ ଖୁସି ପ୍ରକଟ କରିବା ସହ ଏହି ବିଜୟ ଗ୍ରାମର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଉତ୍ସାହିତ କରିବ ବୋଲି ଦଳ ଅଧିନାୟକ ଶ୍ରୀ ସ୍ଵାଇଁ ପ୍ରକାଶ କରିଛନ୍ତି I