Thursday, November 12, 2026
Home ଜିଲ୍ଲା ଖୋର୍ଦ୍ଧା କୂଅରେ ପଡି ସାଇକେଲ ଚାଳକ ମୃତ

କୂଅରେ ପଡି ସାଇକେଲ ଚାଳକ ମୃତ

47

ଜଟଣୀ,୧୮/୦୩(ଜିଲ୍ଲା ଖଵର) : ଘରକୁ ଫେରୁଥିବା ବେଳେ କୂଅରେ ପଡି ଜଣେ ସାଇକେଲ ଆରୋହୀ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ଜଟଣୀ ପୈାରପରିଷଦ ୱାର୍ଡ ନଂ ୨୩ କୁଦିଆରୀ ଦଳିତ ସାହିର କାଉ ଓରଫ କାଳୁ ଚରଣ ବେହେରା(୩୫) । କାର୍ଯ୍ୟସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଘରର ପଛପଟେଥିବା ଏକ କୂଅମୁଳରେ କାଳୁ ସାଇକେଲଟିକୁ ଅଟକାଇବା ବେଳେ ଭାରସାମ୍ୟ ହରାଇ ସେହି କୂଅରେ ପଡିଯାଇଥିଲେ । ପରିବାର ଲୋକେ ଦେଖି ଆଖପାଖ ଲୋକମାନଙ୍କୁ ଡାକପକାଇଥିଲେ । ଗୁରୁତର ଅବସ୍ଥାରେ କାଳୁକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧାଜିଲା ହସ୍ପିଟାଲକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରୀପୋର୍ଟ,ସଞ୍ଜୀବ କୁମାର