Tuesday, October 13, 2026
Home ଅପରାଧ ଫାଇନାଲ ମ୍ୟାଚ ହାରିବା ପରେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିଛନ୍ତି ରିତିକା ଫୋଗଟ

ଫାଇନାଲ ମ୍ୟାଚ ହାରିବା ପରେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିଛନ୍ତି ରିତିକା ଫୋଗଟ

23

୧୮/୦୩/୨୧ (ଜିଲ୍ଲା ଖବର) : ଏକ ଫାଇନାଲ ମ୍ୟାଚ ହାରିବା ପରେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିଛନ୍ତି ରିତିକା ଫୋଗଟ । ରେସ୍‌ର୍ଲ ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟ ଭଉଣୀ ହେଉଛନ୍ତି ରିତିକା ଫୋଗଟ । ଫାଇନାଲ୍ ମ୍ୟାଚ୍ ହାରିବା ପରେ ରିତିକା ଜୀବନ ହାରି ଦେଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ୧୨ରୁ ୧୪ ମଧ୍ୟରେ ହରିଆଣାର ଭରତପୁର ସ୍ଥିତ ଲୋହାଗଡ଼ ଷ୍ଟାଡିୟମ୍‌ରେ ରାଜ୍ୟ ସ୍ତରୀୟ ରେସ୍‌ଲିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ରିତିକା ଭାଗ ନେଇଥିଲେ । ମାର୍ଚ୍ଚ ୧୪ରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ବିପକ୍ଷ ରେସଲରଙ୍କୁ ରିତିକା ପୂଟା ଟକ୍କର ଦେଇଥିଲେ । ମାତ୍ର ଗୋଟିଏ ପଏଣ୍ଟରେ ଫାଇନାଲ୍ ମ୍ୟାଚ୍ ହାରିଯିବା ପରେ ଦୁଃଖ ସହି ନପାରି ସେ ସେହି ଦିନ ରାତି ପ୍ରାୟ ୧୧ଟାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

୧୭ ବର୍ଷ ବୟସ୍କା ରିତିକା ଜଣେ ପ୍ରତିଭାସମ୍ପନ୍ନ ରେସଲର ଖେଳାଳି ଥିଲେ । ରେସଲିଙ୍ଗରେ ଅନେକ ସଫଳତା ହାସଲ କରିବା ସହ ସେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି । ରିତିକା ଦ୍ରୋଣାଚାର‌୍ୟ୍ୟ ପୁରସ୍କାର ବିଜେତା ମହାବୀର ସିଂ ଫୋଗଟଙ୍କ ଠାରୁ ଟ୍ରେନିଂ ନେଉଥିଲେ ।