
୧୮/୦୩/୨୧ (ଜିଲ୍ଲା ଖବର) : ଆଜି ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର । ପଶ୍ଚିମବଙ୍ଗ ଓ ଆସାମରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ । ପୁରୁଲିଆରେ ଜନସଭାରେ ପ୍ରଚାର କରୁଛନ୍ତି ମୋଦି । ପୂରା ପଶ୍ଚିମବଙ୍ଗ ପରିବର୍ତ୍ତନ ଚାହୁଁଛି । ଏହି ନାରାରେ ପଶ୍ଚିମବଙ୍ଗରେ ପୂରା ଜୋର ଲଗାଉଛି ବିଜେପି । ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ରାଲି ଦଳ ପାଇଁ ଏକ ବଡ଼ ବୁଷ୍ଟ ହେବ । ସେହିପରି ଆସାମର କରିମଗଞ୍ଜରେ ରାଲି କରିବେ ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗର ପ୍ରଥମ ଚରଣରେ ୩୦ ସିଟ ପାଇଁ ହେବ ନିର୍ବାଚନ । ସେପଟେ ମମତା ବାନାର୍ଜୀ ବି ଆଜି ପଶ୍ଚିମବଙ୍ଗରେ ୩ଟି ରାଲି କରିବେ ।


