ଶାଶୁ ଏବଂ ଦୁଇ ସ୍ତ୍ରୀ ହିଁ ରଚିଥିଲେ ହତ୍ୟା କାଣ୍ଡ ପାରିବାରିକ ହିଂସା ସହ ମୃତକ ଥିଲେ ମଦ୍ୟପ ଆଜି ଆଠ ଗିରଫ କୋର୍ଟ ଚାଲାଣ ସୂଚନା ଦେଲେ ଏସ ଡି ପି ଓ ରାଜକିଶୋର ଦାସ

12

ଵିସମ କଟକ , ୧୮/୦୩/୨୧ (ଜିଲ୍ଲା ଖବର) : ଗତ 13 ତାରିଖ ଦିନ ଗୁଡାରି ଥାନା ର ନାଇରା ଗ୍ରାମ ରେ ଗୁଳି କରି ହତ୍ୟା କାଣ୍ଡ ଘଟି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିବା ଘଟଣା ରେ ଆଜି ଗୁଡାରି ପୋଲିସ ଘଟଣାରେ ସମ୍ପୃକ୍ତ ଆଠ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ଦୀର୍ଘ ଚାରି ଦିନ ଗୁଡାରି ରେ ଡେରା ପକାଇ ଆଜି ଆଠ ଜଣଙ୍କୁ ଧରିବାରେ ସଫଳ ହୋଇଛି ।

ଘଟଣାର ମାଷ୍ଟର ମାଇଣ୍ଡ ମୃତକ କିରଣ ଗାଁଣ୍ଟା ର ଦୁଇ ସ୍ତ୍ରୀ ଏବଂ ବିଧବା ଶାଶୁ ଙ୍କ ସହ ପାଞ୍ଚ ଜଣଙ୍କୁ ଗିରଫ କରି ଦଫା 302 ଏବଂ ଆରମଡ଼ ଏକଟ 25 ଏବଂ 27 ସହ 120 ବି ଧାରା ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇ ଛନ୍ତି ଖୋଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ।

ଗିରଫ ମାନେ ହେଲେ ବିରାଜିନୀ କରଡା, ରଜନୀ ଟାକରି,ନିୟାମୀ ଟାକରି,ଅଣ୍ଡିଆ ଗଡକା,ମଧୁସୂଦନ ହିକାବାଡି,ପିଣ୍ଟୁ ହିକବାଡି,ପ୍ରକାଶ ଗଡକା ଏବଂ ଦାସୁ ବିଡ଼ିକା।ପୋଲିସ ସେମାନଙ୍କ ଠାରୁ ଚାରୋଟି ମୋବଇଲ, ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଛି ।

ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ଜଣାଇଛନ୍ତି କି ଏହି ହତ୍ୟାକାଣ୍ଡ ର ମାଷ୍ଟର ମାଇଣ୍ଡ କିରଣ ର ଶାଶୁ ବିରାଜିନୀ, ଦୁଇ ସ୍ତ୍ରୀ ରଜନୀ ଏବଂ ନିୟମା ଟାକରି ଏହି ତିନି ଜଣ ଙ୍କ ଜାଣତ ରେ ଏହି ହତ୍ୟା କାଣ୍ଡ ଘଟିଛି ବୋଲି ଖୋଦ ଏସ ଡି ପି ଓ ଦାସ ଆମ ଜିଲ୍ଲାପ୍ରତିନିଧି ପ୍ରସନ କୁମାର ପଣ୍ଡା ଙ୍କୁ ଜଣାଇଛନ୍ତି । ଘଟଣା ର ଅଧିକା ତଦନ୍ତ ଚାଇଛି ।