Sunday, November 15, 2026
Home ଆଞ୍ଚଳିକ ଅଚାନକ ଚନ୍ଦ୍ରପୁର ବ୍ଲକ କୁ ଜିଲ୍ଲାପାଳ ଙ୍କ ଗ୍ରସ୍ତ ।

ଅଚାନକ ଚନ୍ଦ୍ରପୁର ବ୍ଲକ କୁ ଜିଲ୍ଲାପାଳ ଙ୍କ ଗ୍ରସ୍ତ ।

17

ଚନ୍ଦ୍ରପୁର,୧୮/୦୩/୨୧ (ଜିଲ୍ଲା ଖବର): ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ ଏକ ଅପହଞ୍ଚ ଇଲାକା ର ସମସ୍ୟା ବୁଝିବାକୁ ବୁଧବାର ଦିନ ଅଚାନକ ଭାବେ ପ୍ରଥମକରି ଜିଲ୍ଲାପାଳ ଶ୍ରୀ ଯୁକ୍ତ ସରୋଜ କୁମାର ମିଶ୍ର ଚନ୍ଦ୍ରପୁର ବ୍ଲକ କୁ ଗ୍ରସ୍ତ କରିଥିଲେ। ଚନ୍ଦ୍ରପୁର ବ୍ଲକ କାର୍ଯ୍ୟାଳୟ ରେ ପହଂଚି ଚନ୍ଦ୍ରପୁର ର ମୁଖ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଏଠାରେ ନୂତନ ଏ ଟି ଏମ ସ୍ଥାପିତ କରିବା,ଷ୍ଟେଟବ୍ୟାଙ୍କ ପ୍ରତିଷ୍ଠା, ଜିଓ ନେଟୱର୍କ ସ୍ଥାପନ କରିବା ପାଇଁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ କରିଛନ୍ତି।ବି ଏସ ଏନ ଏଲ ନେଟୱର୍କ ଠିକସେ କାର୍ଯ୍ୟକାରୀ କରୁନଥିବା ଯୋଗୁଁ ଚନ୍ଦ୍ରପୁର ରେ ସରକାରୀ କାର୍ଯ୍ୟାଳୟରେ ସବୁପ୍ରକାର କାର୍ଯ୍ୟ ଠପ ହୋଇପଡିରହିଛି ଯାହାରି ଫଳରେ ଜନସାଧାରଣ ଅସୁବିଧାକୁ ସାଧାରଣ ବର୍ଗ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ ।

ନେଟୱର୍କ ସମସ୍ୟା ଯୋଗୁଁ କୋଭିତ -୧୯ ଟୀକା ରୁ ବଞ୍ଚିତ ଅଛନ୍ତି ଅନେକ ଲୋକ।ଚନ୍ଦ୍ରପୁର ପରେ ବିଜାପୁର ପଂଚାୟତ ର ଖିଲୁଣ୍ଡି ,ବଡ ପଂକାଲ, ସାନ ପଂକାଲ,ସିକରଗୁଡି ,ଗେଣ୍ଡାଗୁଡି,ପ୍ରଭୁତି ଗ୍ରାମ ଗୁଡିକୁ ଯାଇ ଲୋକଙ୍କ ପାଣି ,ରାସ୍ତାଘାଟ ସମସ୍ୟା ଉପରେ ଗୁରୁତ୍ୟୁ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଗୃହ ସମ୍ପୂର୍ଣ କାର୍ଯ୍ୟ ନହେଉଣୁ ଫାଇନାଲ ବିଲ କରିଦିଆଯାଉଛି ,ଯାହାରି ଫଳରେ ପ୍ରକୃତ ହିତାଧିକାରୀ ଘର ଖଣ୍ଡେ ପାଇପାରୁନାହିଁ ।ହିତାଧିକାରୀ ଙ୍କ ପାଖରେ ଟଙ୍କା ପଇସା ନଥିବାଯୋଗୁଁ ଠିକାଦାରଙ୍କ ଦ୍ବାରା କରାଯାଉଛି ।ଠିକାଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସଲାସୁତରା ରେ ବଳିପଡୁଛନ୍ତି ଅନେକ ଆବାସ ଗୃହ ର ହିତାଧିକାରୀ ।

ଏସବୁ କାର୍ଯ୍ୟକୁ ସମ୍ପୂର୍ଣ ଭାବେ ଗୁରୁତ୍ୱ ଦେବା ପାଇଁ ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ ଙ୍କୁ ପରାମର୍ଶ ଦେଇଥିଲେ। ଚନ୍ଦ୍ରପୁର ବ୍ଲକ ରେ କୋଭିତ ଟୀକାକରଣ ଠିକସେ ପରିଚାଳନା ହୋଇପାରିବ ସେ ନେଇ ଡ଼ଃ ସାଲୁଙ୍କି ଚରଣ ପୂର୍ତ୍ତି ଓ ସ୍ୱାସ୍ତ୍ୟକର୍ମୀ ଙ୍କୁ ପରାମର୍ଶ ଦେଇଥିଲେ ।

ଜିଲ୍ଲାପାଳ ଙ୍କ ସହ ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ, ତହସିଲଦାର ଲଷ୍ମୀନାରାୟଣ ସାବତ,ପିଡ଼ି ମହେଶ୍ୱର ଚନ୍ଦ୍ର ନାୟକ,ସିଡିପିଓ ଲଳିତା ପୂଜାରୀ ,ବ୍ଲକ ଅଧକ୍ଷା ସଙ୍ଗୀତ ପ୍ରାଟୀଙ୍ଗା, ବିଜାପୁର ସରପଞ୍ଚ ଗାହି ମାଝୀ ଅନ୍ଦନକା ,ଚନ୍ଦ୍ରମା ମାଲବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।