Tuesday, November 17, 2026
Home ଆଞ୍ଚଳିକ ବ୍ରହ୍ମପୁର ରେ ପାଳିତ ହେଲା ବିଶ୍ୱ ଗ୍ଲୁକୋମା ସପ୍ତାହ

ବ୍ରହ୍ମପୁର ରେ ପାଳିତ ହେଲା ବିଶ୍ୱ ଗ୍ଲୁକୋମା ସପ୍ତାହ

17

ବ୍ରହ୍ମପୁର, ୧୮/୦୩/୨୧ (ଜିଲ୍ଲା ଖବର): ରୁବି ଚକ୍ଷୁଚିକିତ୍ସାଳୟ ଓ ଲୁସିକ୍ ସେଣ୍ଟର ମିଳିତ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସାଳୟ ର ଚ୍ୟାୟାରମ୍ୟାନ୍ ପ୍ରଫେସର ବି ନାଗେଶ୍ୱର ରାଓ ସୁବୁଦ୍ଧି ଓ ଡାଇରେକ୍ଟର ଡ଼ଃ ପ୍ରବୀନ କୁମାର ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତ୍ୱତାବଧନରେ ସ୍ତାନୀୟ ରୁବି ଆଇ ହସ୍ପିଟାଲ ପରିସରରେ ପ୍ରତି ବର୍ଷ ମାର୍ଚ୍ଚ ମାସିର ଦ୍ବିତୀୟ ସପ୍ତାହକୁ ‘ ବିଶ୍ୱ ଗ୍ଲୁକୋମା ସପ୍ତାହ ଭାବେ ପାଳନ କରାଯାଉଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆଯ୍ୟଭଟ ଶିକ୍ଷାଅନୁଷ୍ଠାନ ର ଡାଇରେକ୍ଟର ସୁଧିର କୁମାର ରାଉତ ଯୋଗ ଦେଇ ସବୁଜ ପତକା ଦେଖାଇ ସହ ଉକ୍ତ କାଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ପରେ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ଅଞ୍ଚଳରେ ସଚେତନତା ବାର୍ତା ପ୍ରଦାନ କରାଯାଥିଲା ।

ଏ ବର୍ଷ ଏହା ମାର୍ଚ୍ଚ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି । ରୋଗୀ , ଜନସାଧାରଣ , ସ୍ବାସ୍ଥ୍ୟ କର୍ମୀ ଏବଂ ଡାକ୍ତରମାନଙ୍କ ମଧ୍ୟରେ ଗ୍ଲୁକୋମା ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ । ସ୍ମକୌମା ଏମିତି ଏକ ଅପରିବର୍ଭନୀୟ ଚକ୍ଷୁ ରୋଗ ଯାହା ଯୋଗୁ ଆଖି ଓମସ୍ତିଷ୍କକୁ ସଂଯୋଗ କରୁଥିବା ସ୍ନାୟଗୁଡ଼ିକ ଶୁଖିଯାଏ । ଫଳରେ ରୋଗୀ କ୍ରମେ ତା’ର ଦୃଷ୍ଟି ଶକ୍ତି ହରାଇଚାଲେ ଏବଂ ଶେଷରେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଏ । ଏହି ରୋଗର ନିର୍ଦ୍ଦିଷ୍ଟ କାରଣ ଅଜଣା । ତେବେ ଅଧିକାଂଶ କ୍ଷେତ୍ରରେ ଚକ୍ଷୁ ମଧ୍ୟରେ ଅତ୍ୟଧିକ ଚାପ ଆଖିର ସ୍ନାୟୁକୁ ଶୁଖାଇ ଦେଇଥାଏ । ସୁସ୍ଥ ଆଖି ଭିତରର ଚାପ ସାଧାରଣତଃ ୧୦ – ୨୧ ମିମି ପାରଦ ମଧ୍ୟରେ ରହିଥାଏ । ବେଶି ଦିନ ପର୍ଯ୍ୟନ୍ତ ଏହି ଚାପ ଅଧିକ ରହିଲେ , ଆଖିର ସ୍ନାୟୁ ଶୁଖିଯାଏ । ବୟସ୍କ , ମଧୁମେହ ରୋଗୀ , ଅଧିକ ନମ୍ବର ର ଗ୍ଲୁକୋମା ଚଷମା ପିନ୍ଧୁଥିବା ଓ ପରିବାରରେ କାହାକୁ ହୋଇଥିବା ଲୋକଙ୍କ କ୍ଷେତ୍ରରେ ଏହି ରୋଗର ଆଶଙ୍କା ଅଧିକା ଏହାକୁ ଚକ୍ଷୁର ‘ ଦୃଷ୍ଟି ଚୋର ’ ମଧ୍ୟ କୁହାଯାଏ କାରଣ ଏହି ରୋଗ ସମ୍ପର୍କରେ ଶୀଘ୍ର ଜଣାପଡ଼େ ନାହିଁ ; ଜାଣିବା ବେଳକୁ ପାଖାପାଖି ୯୦ ପ୍ରତିଶତ କ୍ଷତି ହୋଇଯାଇଥାଏ ।

ତେଣୁ ୪୦ ବର୍ଷରୁ ଉର୍ଦ୍ଧ ବୟସ୍କ ଏବଂ ପରିବାରରେ କାହାକୁ ଗୁକୋମା ଥିବା ଲୋକମାନେ ନିଜ ଚକ୍ଷୁର ଚାପ ଏବଂ ସ୍ନାୟୁର ପରୀକ୍ଷା କରାଇବୀ ଆବଶ୍ୟକ ପ୍ରାଥମିକ ଅବସ୍ଥାରେ ଜଣା ପଡ଼ିଲେ ମେଡିସିନ୍ କିମ୍ବା ଲେଜର୍ ଦ୍ଵାରା ଏହାକୁ ନିୟନ୍ତ୍ରଣରେ ରଖାଯିବା ସମ୍ଭବ । ଏହି ବର୍ଷର ବିଶ୍ୱ ଗୁକୋମା ସପ୍ତାହର ବାର୍ତ୍ତା ହେଉଛି- ‘ ଦ ୱାଲର୍ଡ ଇଜ୍ ବ୍ରାଇଟ୍ , ସେଭ୍ ୟୋର୍ ସାଇଟ୍ ‘ । ପରିଶେଷରେ ମାଗଣାରେ ଗ୍ଲୁକୋନା ଚିହ୍ନଟ ରୋଗୀ ମାନଙ୍କର ନିଦାନ ଓ ପରାମର୍ଶ ମଧ୍ୟ ସମ୍ପୂର୍ଣ୍ଣ ମାଗଣା ରେ କରାଯାଇଥିଲା ।

ବ୍ରହ୍ମପୁରରୁ କୁନା ମିଶ୍ର