Tuesday, November 17, 2026
Home ଆଞ୍ଚଳିକ ରାଷ୍ଟ୍ରାୟତ ସାଧାରଣ ବୀମା କମ୍ପାନୀ ଗୁଡିକର ଅଂଶ ଧନ ବିକ୍ରି ଓ ଘରୋଇ କରଣ ବନ୍ଦ...

ରାଷ୍ଟ୍ରାୟତ ସାଧାରଣ ବୀମା କମ୍ପାନୀ ଗୁଡିକର ଅଂଶ ଧନ ବିକ୍ରି ଓ ଘରୋଇ କରଣ ବନ୍ଦ କର

90

ବ୍ରହ୍ମପୁର,୧୭/୦୩(ଜିଲ୍ଲା ଖବର) : ଭାରତୀୟ ବୀମା କମ୍ପାନୀGICଅଫିସର ଆସୋସିଏସନ ଏବଂ କର୍ମଚାରୀ ୟୁନିୟନ ସମୁହ ମିଳିତ ମଞ୍ଚ ର ଆହ୍ୱାନରେ ବିଭିନ୍ନ ଦାବୀ ନେଇ ବ୍ରହ୍ମପୁର ଗିରିରୋଡ ସ୍ଥିତ ଓରିଏଣ୍ଟଲ ଇନସ୍ୟୁରାନସ୍ ଓ ନିୟୁ ଇଣ୍ଡିଆ ଇନସ୍ୟୁରାନସ୍ ଅଫିସ ଆଗରେ ଅଫିସର ଆସୋସିଏସନ ଏବଂ କର୍ମଚାରୀ ୟୁନିୟନ ତରଫରୁ ବିକ୍ଷୋଭ କରିଛନ୍ତି । ରାଷ୍ଟ୍ରାୟତ ସାଧାରଣ ବୀମା କମ୍ପାନୀ ଗୁଡିକର ଅଂଶ ଧନ ବିକ୍ରି ଓ ଘରୋଇ କରଣ ବନ୍ଦ କର, ଅତିଶୀଘ୍ର ମଜୁରୀ ସଂଶୋଧନ କର, ୧୯୯୫ ମସିହା ପେନସନ ଯୋଜନା ସମସ୍ତଙ୍କ ପାଇଁ ଲାଗୁକର। ପେନସନର ଅପଡେଟକର ଏବଂ ୩୦ ପ୍ରତିଶତ ଫେମିଲି ପେନସନ ଦିଅ ଦାବୀ ନେଇ ବିକ୍ଷୋଭ କରିଛନ୍ତି । ବ୍ରଞ୍ଝ ସଂପାଦକ ନାରାୟଣ କୁମାର ପାଣିଗ୍ରାହୀ, ପ୍ରଭାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ କରିଥିଲେ ।