
ଜଟଣୀ,୧୭/୩(ଜିଲ୍ଲା ଖବର) : ଜଟଣୀ ପୈାରାଚଂଳବାସୀଙ୍କ ପାଇଁ ବିଭିନ୍ନ ଉନ୍ନୟନ ଯୋଜନାଗୁଡିକୁ ଖୋର୍ଦ୍ଧାଜିଲାପାଳ ସନତ କୁମାର ମହାନ୍ତୀ ମାରାଥନ ଉପାୟରେ ଉଦଘାଟନ କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ଜିଲାପାଳ ସନତ କୁମାର ମହାନ୍ତୀ,ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ, ତହସିଲଦାର ତପନ କୁମାର ମହାପାତ୍ର,ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍ୱଛରଥ ନାମକ ବ୍ୟାଟେରୀ ଗାଡିକୁ ଉଦଘାଟନ କରିଛନ୍ତି । ଏଥିରେ ୩ଜଣ କିନ୍ନର ଏବଂ ୭ଜଣ ମହିଳାଙ୍କୁ ଚାଳକଭାବେ ନିୟୋଜିତ କରାଯାଇ ସେମାନଙ୍କୁ ସାମିଲ କରାଯାଇ ଆତ୍ମନିର୍ଭରଶିଳ କରାଯାଇଛି ବୋଲି କହିଛନ୍ତି । ଏହା ବ୍ୟତିତ ପୈାରପରିଷଦକୁ ଆସୁଥିବା ବରିଷ୍ଠନାଗରୀକମାନେ ସେମାନଙ୍କ କାର୍ଯ୍ୟସରିବା ପର୍ଯ୍ୟନ୍ତ କିମ୍ବା କର୍ମଚାରୀମାନଙ୍କ ଆସିବା ସମୟ ପର୍ଯ୍ୟନ୍ତ ପ୍ରତିକ୍ଷାରେ ହେଉଥିବା ସମସ୍ୟା ଦୁର ହୋଇଛି । ସେମାନଙ୍କୁ ଆଶ୍ରୟଦେବାଲାଗି ବରିଷ୍ଠ ନାଗରୀକ ନୂତନ ଗୃହର ଉଦଘାଟନ କରିଛନ୍ତି । ଏହା ବ୍ୟତିତ ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡ ନଂ ୨୩ର କୁଦିଆରୀ ଏବଂ ୱାର୍ଡ ନଂ ୯ ଷଣ୍ଢପୁର ଅଂଚଳରେ ୱାଡଅଧିବାସୀଙ୍କ ଉନ୍ନୟନ କାର୍ଯ୍ୟଲାଗି କ୍ଷୁଦ୍ର କାର୍ଯ୍ୟକଳାପ ଖୋଲାଗୃହ( ଏମଏସି)ର ଉଦଘାଟନ କରିଛନ୍ତି । ଏହି ଗୃହରେ ୱାର୍ଡବାସୀମାନେ ସେମାନଙ୍କର ସମସ୍ତ ନିଜସ୍ୱ କାର୍ଯ୍ୟ କରିପାରିବେ । ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ଏହାକୁ ବ୍ୟବହୃତ କରିପାରିବେ । ସେହିପରି ଏହି ଏମଏସି ଗୃହ ସମସ୍ତ ୨୩ଟି ୱାର୍ଡଗୁଡିକରେ ମଧ୍ୟ ଉପଲବ୍ଧ ହେବ ବୋଲି କହିଛନ୍ତି । ଏହି କ୍ରମରେ ଆଜି ଯୋଗ୍ୟହିତାଧୀକାରୀମାନଙ୍କ ୧୦ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ଏଥି ବ୍ୟତିତ ପୈାରପରିଷଦ ଅଧିନରେ କାର୍ଯ୍ୟରତଥିବା ସ୍ଥାୟୀ ସଫେଇ,ସାନିଟେସନ ପ୍ରଭୃତି ବିଭାଗରେ କାର୍ଯ୍ୟକରୁଥିବା ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଉତ୍ସାହଲାଗି ପ୍ରତିମାସରେ ଭୋଜିଭାତର ଆୟୋଜନ କରିବାଲାଗି ‘ବଡଖାନା’ ଯୋଜନାଟି ଉଦଘାଟନ କରିଥିଲେ । ଏହି ଅବସରରେ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ଯୋଜନାର କାର୍ଯ୍ୟରସ୍ଥିତି ସମନ୍ଧରେ ଆଲୋଚନା କରିଥିଲେ ।
ରୀପୋର୍ଟ ,ସଞ୍ଜୀବ କୁମାର


