
ଖୋର୍ଦ୍ଧା,୧୭/୦୩(ଜିଲ୍ଲା ଖବର) : ଡ୍ରାଇଭର ୧୫ ଲକ୍ଷ ଟଙ୍କାର କୁସନ ଗଦି ଲୁଟ କରିବା ମହଙ୍ଗା ପଡିଲା। ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ଙ୍କ ଉଚିତ ପଦକ୍ଷେପ ଯୋଗୁ ଗଦି ସହ ଦୁଇଟି ଟ୍ରକ ଜବତ କରାଯାଇଛି। ଗତ ୧୨ ତାରିଖରେ କଟକ ରୁ ବରମପୁର ଯାଉଥିବା ୧୫ ଲକ୍ଷ ଟଙ୍କାର ଗଦି ବୋଝେଇ ଟ୍ରକକୁ ଡ୍ରାଇଭର ଲୁଟ କରିବାକୁ ଉଦ୍ୟମ କରି ଖୋର୍ଦ୍ଧାରେ ଏକ ମିନି ଟ୍ରକ ରେ ଅନଲୋଡ଼ କରି ନିଜ ଗାଁ ନୟାଗଡ ଜିଲ୍ଲା ଇlଟମlଟି ଥାନା ଅନ୍ତର୍ଗତ ବାଉଁସିଆପଡା କୁ ନେଇଯାଇଥିଲା। କୁମାରଗଦି ମାଲିକ ଅଭିଯୋଗ କ୍ରମେ ଖୋର୍ଦ୍ଧା ପୋଲିସ ତୁରନ୍ତ ତଦନ୍ତ କରି ସମସ୍ତ ଗାଡ଼ି , ଗଦି କୁ ଜବତ କରି ଏହି ଘଟଣାରେ ସମ୍ପୂର୍କ୍ତ ଡ୍ରାଇଭେର ଏବଂ ସହଯୋଗୀ କୁ ଗିରଫ କରିଛି।
ରିପୋର୍ଟ,ସଞ୍ଜୀବ କୁମାର



