
ବାଲିଗୁଡା,୧୭/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଥିବା ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର ସିଂ ଓ ଆସିଷ୍ଟାଣ୍ଟ କମାଡେଣ୍ଟ ସୋମଜୀତ ଭକତ ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ତ୍ରିବେଦୀ ପାର୍କ ପରିସର ଓ ଚତୁର୍ପାଶ୍ୱ କୁ ସମ୍ପୂର୍ଣ୍ଣ ସଫେଇ କରି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ l ଏହି ଅଭିଯାନରେ ୧୨୭ ବାଟାଲିୟନର ସମସ୍ତ ଜବାନ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ କାମାଡେଣ୍ଟ ଗଣ ଉପସ୍ଥିତ ରହି ସମଗ୍ର ଅଞ୍ଚଳ ସଦା ସର୍ବଦା ସଫା ସୁତରା ରଖିବା ପାଇଁ କାହା ଉପରେ ଭରଷା ନ କରି ନିଜ ଘରର ଆଖପାଖ ନିଜେ ପରିଷ୍କାର ପରିଚ୍ଛନ୍ନ ରଖିଲେ ସବୁଆଡେ ସଫା ସୁତରା ରହିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ପରିଶେଷରେ ମୁଖ୍ୟ ଅତିଥି ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ପ୍ରକାଶ କରିଥିଲେ l


