Tuesday, November 17, 2026
Home ଆଞ୍ଚଳିକ ବାଲିଗୁଡା ଠାରେ ସିଆରଏଫ ତରଫରୁ ରକ୍ତଦାନ ଶିବିର ଆୟୋଜିତ ଓ 30 ୟୁନିଟ ରକ୍ତ...

ବାଲିଗୁଡା ଠାରେ ସିଆରଏଫ ତରଫରୁ ରକ୍ତଦାନ ଶିବିର ଆୟୋଜିତ ଓ 30 ୟୁନିଟ ରକ୍ତ ସଂଗୃହିତ

124

ବାଲିଗୁଡା,୧୭/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର 82 ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଥିବା ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର ସିଂ ଓ ଆସିଷ୍ଟାଣ୍ଟ କମାଡେଣ୍ଟ ସୋମଜୀତ ଭକତ ପ୍ରମୁଖଙ୍କ ନେତୃତ୍ୱରେ ସିଆରପିଏଫ କ୍ୟାମ୍ପ ପରିସରରେ ଏକ ରକ୍ତଦାନ ଶିବିର ର ଆୟୋଜନ ହୋଇଥିଲା l

ଏଥିରେ 30 ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ଏହି ଅଭିଯାନରେ 127 ବାଟାଲିୟନର ସମସ୍ତ ଜବାନ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ କାମାଡେଣ୍ଟ ଗଣ ଉପସ୍ଥିତ ରହି ରକ୍ତଦାନ ଦାନ ଏକ ମହତ ଦାନ ବୋଲି ନିଜ ବକ୍ତବ୍ୟରେ କହିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ପରିଶେଷରେ ମୁଖ୍ୟ ଅତିଥି ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ପ୍ରକାଶ କରିଥିଲେ l