Home ଆଞ୍ଚଳିକ ଭଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ କୁ ଉଦଘାଟନ କଲେ ଥାନା ଅଧିକାରୀ

ଭଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ କୁ ଉଦଘାଟନ କଲେ ଥାନା ଅଧିକାରୀ

28

ଭଞ୍ଜନଗର୧୭/୦୩(ଜିଲ୍ଲା ଖବର) : ଭଞ୍ଜନଗର ଜେଲ ପଡିଆ ଠାରେ ସୋମବାର ଠାରୁ ଭଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଘୁମୁସର ଟାଉନ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟ କୁ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଉଦ୍ଘାଟନ କରିଥିଲେ। ଟୁର୍ଣ୍ଣାମେଂଟରେ ମୋଟ ୧୬ଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନୀ ଦିବସର ପ୍ରଥମ ଦିନରେ ଜିଲୁଣ୍ଡି ଓ ଭଞ୍ଜନଗର ୟଙ୍ଗଷ୍ଟାର ଟିମ ମଧ୍ୟରେ କଡା ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ୟଙ୍ଗଷ୍ଟାର ଟିମ ବିଜୟ ଲାଭ କରିଥିଲା। ଅମ୍ପାୟାର ଦାୟିତ୍ୱରେ ଭିକି ଓ କାଳିଆ ରହିଥିବା ବେଳେ ସ୍କୋର ବୋର୍ଡରେ ଚିନୁ ରହି ସହଯୋଗ କରିଥିଲେ