
ବ୍ରହ୍ମପୁର,୧୭/୦୩/୨୧(ଜିଲ୍ଲା ଖବର) : ଗଞ୍ଜାମ ଟ୍ରାଫିକ ପୋଲିସର ଅଜବ ନୀତି । ଟ୍ରକ ଚାଳକଙ୍କ ବିରୋଧରେ କଟିଲା ହେଲମେଟ ଫାଇନ । ହେଲମେଟ ନାହିଁ ବୋଲି ବ୍ରହ୍ମପୁର ଲୁଚାପଡାର ଟ୍ରକ ଚାଳକ ପ୍ରମୋଦ କୁମାର ସ୍ୱାଇଁଙ୍କ ବିରୋଧରେ ୧ ହଜାର ଫାଇନ କଟାଯାଇଛି । ଗତ ୧୨ ତାରିଖରେ ନିଜ ଟ୍ରକର ପରମିଟ ପାଇଁ ଗଞ୍ଜାମ ଆରଟିଓ କାର୍ଯ୍ୟାଳୟକୁ ଯାଇଥିଲେ ।
ସେଠାରେ ତାଙ୍କୁ ଗାଡି ସଂପର୍କିତ କିଛି କାଗଜ ପତ୍ର ଦିଆଯାଇଥିଲା । ଯେଉଁ କାଗଜପତ୍ରରେ ହେଲମେଣ୍ଟ ନାହିଁ ବୋଲି ଏକ ହଜାର ଫାଇନ କଟାଯାଇଥିବା ସେ ଜାଣିବାକୁ ପାଇଥିଲେ । ତେବେ ଜଣେ ଟ୍ରକ ଚାଳକଙ୍କୁ କିପରି ହେଲମେଟ୍ ଚାଲାଣ କଟିଲା କଥାଟା ସମସ୍ତଙ୍କୁ ଚକିତ କରିଛି ।


