
ନୂଆଦିଲ୍ଲୀ, ୧୭/୦୩/୨୧(ଜିଲ୍ଲା ଖବର) : ବଲିଉଡ ଅଭିନେତା ସୋନୁ ସୁଦ୍ ଲକଡାଉନ ସମୟରୁ ଏବେ ପର୍ଯ୍ୟନ୍ତ , ତାଙ୍କ ଠାରୁ ସାହାଯ୍ୟ ଲୋଡୁଥିବା ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ଯେଉଁଥିପାଇଁ ସେ ଆଜି ଘରେ ଘରେ ବେଶ ପରିଚିତ ହୋଇଛନ୍ତି । ତାଙ୍କର ଏପରି ମହତ୍ କାମକୁ ଲୋକେ ଭୁରିଭୁରି ପ୍ରଶଂସା ମଧ୍ୟ କରୁଛନ୍ତି । ନିକଟରେ ତାଙ୍କର ଜଣେ ଫ୍ୟାନ୍ସ ତାଙ୍କୁ ଏମିତି କିଛି ସାହାଯ୍ୟ ମାଗିଛନ୍ତି , ଯାହା ସୋନୁ ସୁଦ୍ଙ୍କୁ ଆଶ୍ଚର୍ଯ୍ୟ କରିଛି । ଅସହାୟ ଲୋକଙ୍କୁ ସବୁବେଳେ ନିଃସ୍ୱାର୍ଥପର ଭାବେ ସାହାଯ୍ୟ କରନ୍ତି ସୋନୁ ସୁଦ୍ । ଏବେ ନିକଟରେ ତାଙ୍କର ଜଣେ ଫ୍ୟାନ୍ସ ସୋନୁ ସୁଦ୍ଙ୍କୁ ବିବାହ ପାଇଁ ସାହାଯ୍ୟ ମାଗିଛନ୍ତି । ଯାହାର ମଜାଦାର ଉତର ଦେଇଛନ୍ତି ସୋନୁ ସୁଦ୍ ।
ତେବେ ଜଣେ ଫ୍ୟାନ୍ସ ସୋଦୁ ସୁଦ୍ଙ୍କୁ ପଚାରିଛନ୍ତି ଯେ, ‘ଆପଣ ବିବାହ କରାଇଦେବେ କି ସାର୍ ‘ । ଏହାର ଜବାବ୍ ଦେଇ ସୋନୁ ସୁଦ୍ କହିଛନ୍ତି ଯେ, ‘କାହିଁକି ନୁହେଁ ? ବିବାହ ପାଇଁ ମନ୍ତ୍ର ପଢିଦେବି । ହେଲେ ଝିଅ ଖୋଜିବାର କଷ୍ଟ ଆପଣ କରନ୍ତୁ ‘ । ଏବେ ତାଙ୍କର ଏହି ଟ୍ୱିଟ୍କୁ ଫ୍ୟାନ୍ସ ମାନେ ବେଶ ପସନ୍ଦ କରିବା ସହିତ, ଏଥିରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।


