
ନୟାଗଡ଼,୧୭/୦୩/୨୧(ଜିଲ୍ଲା ଖବର) : ସାରା ରାଜ୍ୟରେ ବନାଗ୍ନି ବିପତ୍ତି ଦେଖାଦେଇଥିବାବେଳେ ଦ୍ରୁତ ଗତିରେ ଜଙ୍ଗଲ କ୍ଷୟର ପ୍ରମୁଖ କାରଣ ପାଲଟିଛି । ଏହି କ୍ରମରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ମଧ୍ୟ ଜଙ୍ଗଲ ନିଆଁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ଶାଳିଆ ଓ ପଞ୍ଚୁପାଣ୍ଡବ ଜଙ୍ଗଲରେ ଲଗାତର ନିଆଁ ଲାଗିବା ଯୋଗୁଁ ପ୍ରତିଦିନ ଶହ ଶହ ଏକର ଜଙ୍ଗଲ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଜଙ୍ଗଲ ନିଆଁକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବ ସହ ପ୍ରାୟ ୧୦୦ ଅଗ୍ନି ନିର୍ବାପକ ଦଳକୁ ନିଯୁକ୍ତ କରାଯାଇଛି । ସାରା ରାଜ୍ୟରେ ଜଙ୍ଗଲ ନିଆଁ ଦିନକୁଦିନ ପରିବେଶ ପ୍ରତି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଏହା ଦ୍ରୁତ ଗତିରେ ଜଙ୍ଗଲ କ୍ଷୟର ପ୍ରମୁଖ କାରଣ ପାଲଟିଛି । ଏହି କ୍ରମରେ ନୟାଗଡ଼ ଜିଲ୍ଲାର ବିଭିର୍ଣ୍ଣ ବନାଞ୍ଚଳରେ ମଧ୍ୟ ଜଙ୍ଗଲ ନିଆଁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି ।



