
ପୁରୀ, ୧୭/୦୩/୨୧(ଜିଲ୍ଲା ଖବର) : ପୁରୀରେ NSG ଟିମ । ଶ୍ରୀମନ୍ଦିର ଯାଞ୍ଚ ପାଇଁ NSG ଟିମ୍ ଆସିଛି । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କିପରି ଅଛି ତଦାରଖ କରିଛି NSGର ତିନି ଜଣିଆ ଟିମ । ପୁରୀ ଏସପି ଓ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଶ୍ରୀମନ୍ଦିର ଚତୁପାର୍ଶ୍ୱ ବୁଲି ଦେଖିବା ସହ ସୁରକ୍ଷା ବ୍ୟବସ୍ଥା କିଭଳି କଡାକଡି କରାଯାଇପାରିବ ସେନେଇ ଆଲୋଚନା କରିଥିଲେ । ନୂଆ କରି ନିର୍ମାଣ ହୋଇଥିବା ଶ୍ରୀମନ୍ଦିରର ବ୍ୟାରିକେଡ, ସାମିଆନା ଓ ସିଂହଦ୍ୱାରରେ ଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଓ ବର୍ତ୍ତମାନ ଚାଲିଥିବା ସୁରକ୍ଷା କଟକଣା ସମ୍ପର୍କରେ ବୁଲି ଦେଖିଥିଲେ ।


