
ଭୁବନେଶ୍ୱର,୧୭/୦୩/୨୧(ଜିଲ୍ଲା ଖବର) : ରାଜ୍ୟର ୩୦ଟି ଜିଲ୍ଲାରେ NEET-୨୦୨୧ ପ୍ରବେଶିକା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଡାଇରେକ୍ଟର ବିନୀତ ଯୋଶୀଙ୍କୁ ଚିଠି। ଭୌଗୋଳିକ ସ୍ଥିତି ଓ କରୋନା କଟକଣା ଯୋଗୁଁ ସବୁ ଜିଲ୍ଲାରେ NEET ପାଇଁ ଦାବି କରିଛନ୍ତି । ଏହି ଚିଠି ଲେଖିଲେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର। ଗତ ୯ ତାରିଖରେ ଭିଡିଓ କନ୍ଫରେନ୍ସିଂରେ ହୋଇଥିବା ଆଲୋଚନା ଅନୁସାରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର ୭ରୁ ୩୦କୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ଲକ୍ଡାଉନ ଓ ସଟ୍ଡାଉନ୍ ଯୋଗୁ ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପହଞ୍ଚିବାରେ ସମସ୍ୟା ହେଉଛି। ତେଣୁ ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ଚିଠିରେ ଦର୍ଶାଇଛନ୍ତି ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର । ଜେଇଇ ମେନ ଭଳି NEET ସେପ୍ଟେମ୍ୱର ୧୪ ତାରିଖରେ ହୋଇଥିଲା। ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା ।


