Sunday, November 15, 2026
Home ଆଞ୍ଚଳିକ କରୋନା ସଂକ୍ରମିତ ହେଲେ ବଙ୍ଗୀୟ ଅଭିନେତ୍ରୀ ରିତୁପର୍ଣ୍ଣା ସେନ୍‌ଗୁପ୍ତା

କରୋନା ସଂକ୍ରମିତ ହେଲେ ବଙ୍ଗୀୟ ଅଭିନେତ୍ରୀ ରିତୁପର୍ଣ୍ଣା ସେନ୍‌ଗୁପ୍ତା

10

ନୂଆଦିଲ୍ଲୀ,୧୭/୦୩/୨୧(ଜିଲ୍ଲା ଖବର) : କରୋନା ପୁଣି ଥରେ ମହାରାଷ୍ଟ୍ର ସମେତ ଅନ୍ୟ କିଛି ସ୍ଥାନରେ ନିଜର କାୟା ବିସ୍ତାର କରି , ଲୋକଙ୍କୁ ହନ୍ତସନ୍ତରେ ପକାଇଲାଣି । ନିକଟରେ ମନୋରଞ୍ଜନ ଦୁନିଆଁରେ କରୋନାର ପ୍ରଭାବ ବେଶ ଦେଖିବାକୁ ମିଳୁଛି । ଗତ କିଛି ଦିନ ଧରି ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଛନ୍ତି । ଠିକ୍ ସେମିତି ନିକଟରେ ବଙ୍ଗାଳୀ ଅଭିନେତ୍ରୀ ରିତୁପର୍ଣ୍ଣା ସେନ୍‌ଗୁପ୍ତା କରୋନା ସଂକ୍ରମିତ ହୋଇଛନ୍ତି । ସେ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ଏହାର ସୂଚନା ଦେଇଛନ୍ତି । ତାଙ୍କର ପୋଷ୍ଟ ଦେଖିବା ପରେ , ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ନେଇ ଚିନ୍ତିତ ହେବା ସହିତ , ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ସେ ଜଲଦୀ ସୁସ୍ଥ ହେବା ନେଇ କାମନା ମଧ୍ୟ କରୁଛନ୍ତି ।

ରିତୁପର୍ଣ୍ଣା ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ମୁଁ କରୋନା ପରୀକ୍ଷା କରାଇଥିଲି । ଯାହା ପରେ ମୋର ରିପୋର୍ଟ ପଜିଟିଭ୍ ଆସିଛି । ହେଲେ ମୁଁ ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ ଠିକ୍ ଅଛି । ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରୁଛି । ଏବେ ମୁଁ ସିଙ୍ଗାପୁରରେ ଅଛି ଏବଂ ନିଜକୁ କ୍ୱାରେଣ୍ଟାଇନରେ ରଖିଛି । ଆପଣ ମାନଙ୍କ ଶୁଭକାମନା ପାଇଁ ଧନ୍ୟବାଦ୍ ।