
ଆବଶ୍ୟକ ସାମଗ୍ରୀ-
ମୁଗ ଡାଲି, ଅରୁଆ ଚାଉଳ, ଗହମ, ଅଖରୋଟ, ପିସ୍ତାବାଦାମ୍, ଗୁଡ, ଘିଅ, ଗୁଜୁରାତି ପାଉଡର, ଶୁଖିଲା ନଡିଆ କୋରା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସେଇ ଗରମ କରିବେ । ତାପରେ ସେଥିରେ ରଗଡା ମୁଗ ଡାଲି ପକାଇ ଗୋଲ୍ଡେନ କଲର ହେବା ଯାଏଁ ଫ୍ରାଏ କରିବେ । ଏହାପରେ ଏକ ପାତ୍ରକୁ କାଢି ରଖିବେ । ତାପରେ ଗୋଟା ଗହମକୁ ହାଲକା ଫ୍ରାଏ, କରି କାଢିବେ । ତାପରେ ଅରୁଆ ଚାଉଳକୁ ଅଳ୍ପ ଭାଜି କାଢିବେ । ଏହାପରେ ଅଖରୋଟ ଏବଂ ପିସ୍ତାବାଦାମକୁ ହାଲକା ଫ୍ରାଏ କରି କାଢିବେ । ଏହାପରେ ଫ୍ରାଏ କରି ରଖିଥିବା ସମସ୍ତ ସାମଗ୍ରୀକୁ ଏକାଠି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଗୁଡ ଏବଂ ପାଣି ପକାଇ ଗୁଡକୁ ମେଲ୍ଟ ହେବା ଯାଏଁ ଗୋଳାଇବେ । ଏହାପରେ ସେଥିରେ ଗୁଜୁରାତି ପାଉଡର ଏବଂ ଗ୍ରାଇଣ୍ଡିଂ କରି ର୍ଖିଥିବା ମସଲା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଶୁଖିଲା ନଡିଆ କୋରା,ଘିଅ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ଗ୍ୟାସ୍ ବନ୍ଦ କରି ଏହି ମିଶ୍ରଣକୁ ହାତରେ ଅଳ୍ପ ଅଳ୍ପ ନେଇ, ଗୋଲ ଗୋଲ ଲଡୁ ପ୍ରସ୍ତୁତ କରିବେ । ପ୍ରସ୍ତୁତ ହୋଇଗଲା । ଚାଉଳ-ମୁଗ ଲଡୁ । ଏବେ ଏହାକୁ ଖାଇ ପାରିବେ


