Thursday, November 12, 2026
Home ମୁଖ୍ୟ ଖବର ଗାର୍ଲିକ୍ ସୋଡା

ଗାର୍ଲିକ୍ ସୋଡା

13

୧୭/୦୩/୨୧(ଜିଲ୍ଲା ଖବର) – ଆବଶ୍ୟକ ସାମଗ୍ରୀ-

ଅଦା, ରସୁଣ ସିରପ୍‌, ଚିନି, ଲେମ୍ବୁ, ପୁଦିନା ପତ୍ର, ବରଫ, ସ୍ପ୍ରାଇଟ୍ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଦାକୁ ଧୋଇ ଚୋପା ଛଡେଇ ଛୋଟଛୋଟ କରି କାଟିବେ । ଏହାପରେ ଗ୍ୟାସ୍‌ରେ  ସସ୍‌ପେନ୍ ବସେଇ ପାଣି ଢାଳିବେ । ତାପରେ ସେଥିରେ କଟା ଅଦା ପକାଇ ଭଲଭାବେ ଫୁଟିବାକୁ ଛାଡିବେ । ଏହା ଭଲଭାବେ ଫୁଟିଯିବା ପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ ଜାଲି ସାହାଯ୍ୟରେ ଛାଣି ପାଣିକୁ ଅଲଗା କରିବେ । ଏହାପରେ ଅଦା ପାଣିକୁ ପୁଣି ସସ୍‌ପେନ୍‌ରେ ରଖି ସେଥିରେ ଚିନି ପକାଇ, ପୁଣି ଗ୍ୟାସ୍‌ରେ ବସାଇ କିଛି ସମୟ ଭଲଭାବେ ଫୁଟିବାକୁ ଛାଡିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏହି ପାଣିକୁ ଥଣ୍ଡା ହେବାକୁ ଛାଡିବେ । ଏହାପରେ ଏକ କାଚ ଗ୍ଲାସରେ ଅଳ୍ପ ଲେମ୍ବୁ ରସ, ପୁଦିନା ପତ୍ର, ବରଫ ଏବଂ ଅଳ୍ପ ସ୍ପ୍ରାଇଟ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ଅଦା ପାଣି , ରସୁଣ ସିରପ୍ ପକାଇ ଗୋଳାଇବେ । ପ୍ରସ୍ତୁତ ହୋଇଗଲା ଗାର୍ଲିକ୍ ସୋଡା । ଏବେ  ଏହାର ମଜା ନେଇ ପାରିବେ ।