Thursday, November 12, 2026
Home ଆଞ୍ଚଳିକ ବୈଦ୍ୟନାଥପୁର ଥାନା ପୋଲିସ ତରଫରୁ ଦୁଇ ଅପରାଧୀ ଗିରଫ, ବନ୍ଧୁକ ଜବତ

ବୈଦ୍ୟନାଥପୁର ଥାନା ପୋଲିସ ତରଫରୁ ଦୁଇ ଅପରାଧୀ ଗିରଫ, ବନ୍ଧୁକ ଜବତ

47

ବ୍ରହ୍ମପୁର,୧୭/୦୩/୨୧(ଜିଲ୍ଲା ଖବର) : ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ତରଫରୁ ମଙ୍ଗଳବାର ରାତିରେ ଦୁଇ ଅପରାଧୀଙ୍କୁ ଗିରଫ କରାଯିବା ସହ ବନ୍ଧୁକ ଜବତ କରାଯାଇଛି । ବ୍ରହ୍ମପୁର ପୋଲିସ ତରଫରୁ ଅପରାଧି ଦମନ ବେଳେ ଚଢ଼ାଉ ଜାରି ରହିଥିବା ବେଳେ ଦୁଇ ଜଣଙ୍କୁ କାବୁ କରାଯାଇଛି । ଏହି ଅପରାଧୀଙ୍କ ବିରୋଧରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଛି । ଦିନକୁ ଦିନ ଅପରାଧିକ ମାମଲା ବଢ଼ି ବଢ଼ି ଚାଲିଥିବାବେଳେ ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡୁଛି ।