Thursday, November 12, 2026
Home ଆଞ୍ଚଳିକ ପୁଣି ଥରେ କଡ଼ ଲେଉଟାଇଲାଣି କରୋନା

ପୁଣି ଥରେ କଡ଼ ଲେଉଟାଇଲାଣି କରୋନା

47

ଖୋର୍ଦ୍ଧା, ୧୭/୦୩/୨୧(ଜିଲ୍ଲା ଖବର) : ପୁଣି ଥରେ କଡ଼ ଲେଉଟାଇଲାଣି କରୋନା। ଉପରମୁହାଁ ହେଲାଣି ମହାମାରୀ ଗ୍ରାଫ୍‌। ଏଥର ନୂଆ ଷ୍ଟ୍ରେନ ସହ ମାରାତ୍ମକ ରୂପରେ ଆସୁଛି ଏହି ସଂକ୍ରମଣ। ନୂଆ ଷ୍ଟ୍ରେନ ଯୋଗୁଁ ମଣିଷଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଛି । ପୂର୍ବ ଅପେକ୍ଷା ଅଧିକ ଭୟାନକ ଏହି ନୂଆ ଷ୍ଟ୍ରେନ । ଏହାର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ପୂର୍ବ ଷ୍ଟ୍ରେନ୍‌ ଯୋଗୁ ଦେଖାଯାଉଥିବା ଲକ୍ଷଣଠାରୁ ନୂଆ ଷ୍ଟ୍ରେନରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଛି । ଦେହ ହାତ ଅବଶ ଲାଗିବା, ଭୋକ ନ ହେବା, ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା ହେବା, ତରଳ ଝାଡ଼ା ଦିନକୁ ୪ରୁ ୫ ଥର ହେବା, ଗଳା ଦରଜ, ନାକ ଚୁଣ୍ଟି ହେବା ଭଳି ଲକ୍ଷଣ ଦେଖାଦେଉଛି।

ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର