
କଟକ,୧୭/୦୩/୨୧(ଜିଲ୍ଲା ଖବର) : ମାହାଙ୍ଗାରୁ ପଦଯାତ୍ରା କରି ବିଧାନସଭା ଘେରାଉ କରିବ ବିଜେପି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନୃଙ୍ଖଳା ପରିସ୍ଥିତି, ମାହାଙ୍ଗା ଡବଲ ମର୍ଡର ଓ 302 ଦଫା ଲାଗିଥିବା ଆସାମୀକୁ ସୁରକ୍ଷା ଦେବା ପ୍ରତିବାଦରେ ଚଳିତ ମାସ 20 ତାରିଖ ପୂର୍ବାହ୍ନରେ ବିଜେପି ବିଧାନସଭା ଘରାଉ କରିବ । ଏ ନେଇ ଆଜି ସକାଳ 8 ଟାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରଘୁନାଥଜୀଉ ପୀଠ କୁଳିଆ ଠାରୁ ଜଗତପୁର ପର୍ଯ୍ୟନ୍ତ ଯିବ । ଦ୍ୱିତୀୟ ଦିନରେ ଏହା ଜଗତପୁରରୁ ପ୍ରତପାନଗରୀ, ତୃତୀୟ ଦିନରେ ଏହା ପ୍ରତପାନଗରୀରୁ ରାମ ମନ୍ଦିର ଓ ଚତୁର୍ଥ ଦିନ ଅର୍ଥାତ 20 ତାରିଖ ପୂର୍ବାହ୍ନରେ ରାମ ମନ୍ଦିରରୁ ବାହାରି ବିଧାନସଭା ଘେରାଉ କରିବ ବିଜେପି।



