Wednesday, October 14, 2026
Home ଆଞ୍ଚଳିକ ଆଜିଠାରୁ କୋଭିଡ ଟିକା ନେବେ ଶ୍ରୀମନ୍ଦିରର ସେବାୟତ

ଆଜିଠାରୁ କୋଭିଡ ଟିକା ନେବେ ଶ୍ରୀମନ୍ଦିରର ସେବାୟତ

5

ପୁରୀ,୧୭/୦୩/୨୧(ଜିଲ୍ଲା ଖବର) : ଆଜିଠାରୁ ଶ୍ରୀମନ୍ଦିର ସେବାୟତ ମାନଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ। ଏଥିପାଇଁ  ଏକ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ  କରାଯିବ । ଏହି ଶିବିରକୁ ଜିଲ୍ଲାପାଳ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିକାକରଣ କାର୍ଯ୍ୟକ୍ରମ ସକାଳ ୧୦ରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ। ୬୦ ବର୍ଷ ଠାରୁ ବୟସ୍କ ସେବାୟତ ମାନେ ଏହି ଟିକା ନେଇପାରିବେ । ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବ । ଏଥିପାଇଁ ସେ ବାୟତ ମାନେ ସେମାନଙ୍କର ଆଧାର କାର୍ଡ ସାଙ୍ଗରେ ଆଣିବାକୁ ସୂଚନା ଦିଆଯାଇଛି। ପୂର୍ବରୁ ସେବାୟତ ମାନଙ୍କ ଅନେକଥର କୋଭିଡ୍ ଟେଷ୍ଟ ହୋଇଥିଲା। ଯେହେତୁ ସର୍ବସାଧାରଣଙ୍କ ଦର୍ଶନ ଜାରି ରହିଛି ସେଥିପାଇଁ ସେବାୟତଙ୍କୁ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ  ଅନୁରୋଧ କରିଥିଲା ଶ୍ରୀମନ୍ଦିର ପ୍ରଶାସନ।