Sunday, November 15, 2026
Home ଆଞ୍ଚଳିକ ରାଜଧାନୀରେ ଫାଟିଲା ଟ୍ରାନ୍ସଫର୍ମର, 4 ଦୋକାନୀ ଗୁରୁତର

ରାଜଧାନୀରେ ଫାଟିଲା ଟ୍ରାନ୍ସଫର୍ମର, 4 ଦୋକାନୀ ଗୁରୁତର

10

ଭୁବନେଶ୍ୱର,୧୭/୦୩/୨୧(ଜିଲ୍ଲା ଖବର) : ଭୁବନେଶ୍ୱରରେ ଫାଟିଲା ବିଦ୍ୟୁତ ଟ୍ରାନ୍ସଫର୍ମର । ଯେଉଁଥିରେ ୪ ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳେ ଚନ୍ଦ୍ରଶେଖରପୁର ସ୍ଥିତ ଓମଫେଡ ଅଫିସ ଗେଟ ସମ୍ମୁଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟିଥିଲା । ଫଳରେ ନିକଟରେ ଥିବା ଏକ ଜଳଖିଆ ଦୋକାନ ମାଲିକ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଏହାସହ ଦୋକାନରେ କାର୍ଯ୍ୟରତ ଅନ୍ୟ ଦୁଇଜଣ ମଧ୍ୟ ପୋଡ଼ି ଯାଇଛନ୍ତି। ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।