
ନୂଆଦିଲ୍ଲୀ,୧୭/୦୩/୨୧(ଜିଲ୍ଲା ଖବର) : ଭାରତରେ କରୋନା ସଂକ୍ରମଣର ଜାରି ରହିଛି ଦ୍ୱିତୀୟ ଲହର। ମଙ୍ଗଳବାର ମହାରାଷ୍ଟ୍ରରେ ୧୭ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ଶିକ୍ଷକମାନଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଧ୍ୟପ୍ରଦେଶରେ ସରକାର ଭୋପାଳ ଓ ଇନ୍ଦୋରରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଇ ଦିଆଯାଇଛି । ସେହିପରି ଗୁଜରାଟ, ପଞ୍ଜାବ ଓ ମହାରାଷ୍ଟ୍ରରେ ସ୍କୁଲଗୁଡ଼ିକ ବନ୍ଦ କରି ଦିଆଯାଇଛି । ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ । ବୈଠକରେ କରୋନା ସ୍ଥିତି ନେଇ ଚର୍ଚ୍ଚା ହେବ ।
ଦେଶବ୍ୟାପୀ ଗୋଟିଏ ଦିନରେ ୨୪ ହଜାର ୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ଅତିକ୍ରମ କରିଛି । ଗତକାଲି ୧୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ଏହି ସଂଖ୍ୟା ୧.୫୮ ଲକ୍ଷ ପହଂଚିଛି । ଲଗାତାର ୬ଷ୍ଠ ଦିନରେ ରୋଗୀଙ୍କ ସଂଖ୍ୟା ବଢ଼ିବା ପରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା୨.୨ କୋଟିକୁ ବୃଦ୍ଧି ପାଇଛି ।


