Home ଆଞ୍ଚଳିକ ଘାଟି ତଳକୁ ଖସିଲା ଟ୍ରକ: ଜଣେ ମୃତ, ଜଣେ ଗୁରୁତର

ଘାଟି ତଳକୁ ଖସିଲା ଟ୍ରକ: ଜଣେ ମୃତ, ଜଣେ ଗୁରୁତର

10

କେନ୍ଦୁଝର,୧୭/୦୩/୨୧(ଜିଲ୍ଲା ଖବର) : ଘାଟି ତଳକୁ ଖସିଲା ଟ୍ରକ । କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟି ତଳକୁ ଖସିଲା ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ମୃତ ଓ ହେଲଫର ଗୁରୁତର । ମୃତକ ଡ୍ରାଇଭରଙ୍କ ପରିଚୟ ମିଳିପାରିନି। ଆଜି ସକାଳ 7ଟା ବେଳେ ଟ୍ରକଟି କଲିକତା ଅଭିମୁଖେ ଯାଉଥିବା ବେଳେ ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ଟ୍ରକଟି ଘାଟି ତକଳୁ ଖସିପଡିଥିଲା ।ତେବେ ପଥରରେ ଟ୍ରକଟି ଚାପିହୋଇ ରହିଥିବା ବେଳେ ଡ୍ରାଇଭର ମଧ୍ୟ ଟ୍ରକ ସହିତ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ହେଲଫରକୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।