
ଜଟଣୀ,୧୬/୦୩(ଜିଲ୍ଲା ଖବର) : ଜଟଣୀ ଅଧିବକ୍ତା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂଘ ନିର୍ଦ୍ଦେଶ ଅନୁଯାୟୀ ଏହି ନିର୍ବାଚନ ହୋଇ ଥିଲା ସମୟରେ ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ସାହୁ ନିର୍ବାଚନ ଅଧିକାରୀ ରୂପେ ଦାଇତ୍ୱ ନିର୍ବାହ କରିଥିଲେ। ଏହି ନିର୍ବାଚନ ରେ ସମସ୍ତ କର୍ମକର୍ତ୍ତା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ଶ୍ରୀ ସାହୁ ଏକ ଲିଖିତ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ସଭାପତି ସୁଶୀଲ କୁମାର ମହାନ୍ତି, ଉପସଭାପତି କାହ୍ନୁଚରଣ ପ୍ରଧାନ, ସମ୍ପପାଦକ ଶିବ ପ୍ରସାଦ ରଥ, ଯୁଗ୍ମ ସମ୍ପାଦକ ପ୍ରଦୀପ ମହାନ୍ତି, ସହ ସମ୍ପାଦକ ରବିକୁମାର ପଣ୍ଡା, ପାଠାଗାର ସମ୍ପାଦକ ପ୍ରଭୁ ରାମ ପାତ୍ର, କୋଷାଧ୍ୟକ୍ଷ ଅରୁଣ କୁମାର ସାହୁ, ପ୍ରମୁଖ ନିର୍ବାଚିତ ହୋଇ ଥିବା ବେଳେ କାର୍ଯ୍ୟକାରୀ ସମିତିର ସଦସ୍ୟ ଭାବେ ଅର୍ଜୁନ ଚରଣ ସାମନ୍ତରାୟ, ଆଶୁତୋଷ ରାୟ, ଜଟାଧାରୀ ପ୍ରଧାନ, ଜୟ ପ୍ରକାଶ ତ୍ରିବେଦି, ପ୍ରଦୀପ କୁମାର ରାଉତ, ରିତେଶ କୁମାର ଶର୍ମା, ଶ୍ରୀମନ୍ତ ମହାପାତ୍ର ଏବଂ ସଞ୍ଜୁଲତା ପ୍ରଧାନ ପ୍ରଭୃତି ନିର୍ବାଚିତ ହୋଇଥିଲେ।
ରୀପୋର୍ଟ ,ସଞ୍ଜୀବ କୁମାର


