
ଜଟଣୀ,୧୬/୦୩(ଜିଲ୍ଲା ଖବର) : ଜଟଣୀ ରେତଙ୍ଗକଲୋନୀ ଅଂଚଳରେ ଥିବା ନିଉ ଡେଭଲୋପମେଂଟ ରେତଙ୍ଗ କଲୋନୀ ହାଇସ୍କୁଲ (ଏନଡିଆରସି) ପରିସରରେ ଅସାମାଜିକଙ୍କ ଦୈାରାତ୍ମ୍ୟ ଦିନକୁଦିନ ବଢିବାରେ ଲାଗିଛି । ସ୍କୁଲ ପରିସରରେଥିବା ଛାତ୍ରଛାତ୍ରୀମାନଙ୍କ ଶୈାଚାଳୟକୁ ଭାଙ୍ଗିଦେଇଛନ୍ତି । ଏନେଇ ସ୍କୁଲର ପ୍ରଧାନଶିକ୍ଷକ ଜଟଣୀଥାନାରେ ଅଭିଯୋଗ କରିଛନ୍ତି । ପ୍ରତିଦିନ ଏହି ବିଦ୍ୟାଳୟ ପରିସରରେ ନିଶାଡିମାନେ ଆଡା ଜମାଇଛନ୍ତି । ସ୍ଥାନୀୟ ସ୍ୱେଛାସେବୀ ସଂଗଠନ ଏହାକୁ ବାରଣ କରିବାରୁ ଜିବନରୁ ମାରିଦେବାକୁ ଧମକ ଦେଇଥିଲେ । ତେଣୁ ଏନେଇ କେହି ମୁହଁ ଖୋଲିବାକୁ ଇଛାପ୍ରକଟ କରୁନାହାନ୍ତି । ଦିନକୁଦିନ ଜଟଣୀ ସହରରେ ନିଶାଡିଙ୍କ ପ୍ରାଦୃଭାବ ବଢିବାରେ ଲାଗିଥିବା ବେଳେ ସହରର ଗଳିକନ୍ଦି ଇତ୍ୟାଦିରେ ଯୁବଗୋଷ୍ଠି ଏହାର ବହୁଳ ବ୍ୟବହାର ସାଧାରଣରେ ଅତିଷ୍ଠ କଲାଣି । ଏନେଇ ସମାଜସେବୀମାନେ ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ଅତର୍କିତ ଘଟଣାସ୍ଥଳରେ ଯାଇ ନିଶାଡିମାନଙ୍କୁ ମାଡମାରି ଘଉଡେଇଥିଲେ । ତେଣୁ ଏହାର ପ୍ରତିବାଦମୂଳକ ନିଡାଡିମାନେ ସ୍କୁଲ ଶୈାଚାଳୟର ସ୍କାଇଲାଇଟ,ପ୍ୟାନ,ପାଣିଟାଙ୍କି,ଟ୍ୟାପ ଓ ସ୍ଲାବ ପ୍ରଭୃତି ଭାଙ୍ଗିଦେଇ ଚାରିଆଡେ ଫିଙ୍ଗିଦେଇଛନ୍ତି । ବିଦ୍ୟାଳୟକୁ ସମାଜର ମନ୍ଦିର କୁହାଯାଉଥିବା ସ୍ଥଳେ ଅସାମାଜିକ ନିଶାଡିମାନଙ୍କ ଉତ୍ପାତକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ଏଥିପାଇଁ ଅଭିଭାବକମାନେ ସେମାନଙ୍କ ପିଲାଛୁଆଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗରେ ଦାବି କରିଆସୁଥିଲେ । ଅନ୍ୟ ପକ୍ଷରେ ମହାମାରୀ କରୋନା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ ଏହାର ସୁଯୋଗନେଇ କେତେକ ଅସାମାଜିକ ବ୍ୟକ୍ତିମାନେ ବିଦ୍ୟାଳୟ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ନିଶାସେବନ କରିବା ସହିତ ଅଶ୍ଳିଳଭାଷାରେ ଗାଳିଗୁଲଜ କରୁଥିବା ନେଇ ଅଂଚଳବାସୀ ଅଭିଯୋଗ ଆଣିଥିଲେ । ଏଥି ସହିତ ବିଦ୍ୟାଳୟ ପରିସରରେ ଅଇଂଠା ଖାଦ୍ୟଠୋଲା ଏବଂ ମଦବୋତଲ ଫିଙ୍ଗି ଚାଲିଯାଉଥିବାରୁ ପ୍ରତିିଦିନ ଶିକ୍ଷକମାନେ ଆସି ବିଦ୍ୟାଳୟ ପରିସରକୁ ସଫାସୁତୁରା କରୁଥିଲେ । ମାତ୍ର ଏବେ ଅସାମାଜିକମାନେ ଶୌଚାଳୟଭାଙ୍ଗିବା ଘଟଣା ସାଧାରଣରେ କ୍ଷୋଭପ୍ରକାଶ ପାଇଛି । ଏପରି ହିନମାନସିକତା ପ୍ରତି ସ୍ଥାନୀୟ ଲୋକେ ଓ ଶିକ୍ଷକମାନେ ପ୍ରତିବାଦକଲେ ସେମାନଙ୍କୁ ଧମକଚମକ ଦେଖାଉଥିବା ଅଭିଯୋଗ କରିଛନ୍ତି । ତେଣୁ ଏଥିପ୍ରତି ପୁଲିସ ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।
ରୀପୋର୍ଟ ,ସଞ୍ଜୀବ କୁମାର


