
ଭୁବନେଶ୍ୱର,୧୬/୦୩/୨୧ (ଜିଲ୍ଲା ଖବର) : ଭୁବନେଶ୍ୱରରେ ପହଁଚିଲେ NSGର ୫ ଜଣିଆ ଟିମ । ଟିମରେ ଅଛନ୍ତି ଦୁଇଜଣ ବରିଷ୍ଠ ଅଧିକାରୀ । ଆସନ୍ତାକାଲି ଲିଙ୍ଗରାଜ ମନ୍ଦିର ସୁରକ୍ଷା ନେଇ ଯାଞ୍ଚ କରାଯିବ ଦଳ । ଏହାସହ ଆସନ୍ତାକାଲି ଓଡିଶା ପୋଲିସ ସହ ମକଡ୍ରିଲ କରିବାର କାର୍ଯ୍ୟକ୍ରମ ରହିଛି । ପରେ ୧୭ ତାରିଖରେ କୋଣାର୍କ ମନ୍ଦିର, ୧୮ ତାରିଖରେ ପୁରୀରେ ମକଡ୍ରିଲ କରାଯିବ । ୪ ଦିନିଆ ଗ୍ରସ୍ତରେ ଆସିଛନ୍ତି ଏହି ନ୍ୟାସନାଲ ସିକ୍ୟୁରୀଟି ଗାର୍ଡ ବା NSG ଟିମ ।


