Tuesday, October 13, 2026
Home ଆଞ୍ଚଳିକ ବଳରାମଗଡ଼ିରେ ଗୁଳିକାଣ୍ଡ, ଦୁଇ ଅଟକ

ବଳରାମଗଡ଼ିରେ ଗୁଳିକାଣ୍ଡ, ଦୁଇ ଅଟକ

22

ବାଲେଶ୍ୱର;୧୬/୦୩/୨୧ (ଜିଲ୍ଲା ଖବର) : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ବଳରାମଗଡ଼ିରେ ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ ଚାନ୍ଦିପୁର ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।ଏହି ଗୁଳିକାଣ୍ଡ ଘଟଣାରେ କାହାର କାହାର ସମ୍ପୃକ୍ତି ରହିଛି ସେନେଇ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ତେବେ କେଉଁଭଳି ଭାବରେ ଜିଲ୍ଲାରେ ଏଭଳି ଗୁଳିକାଣ୍ଡ ଘଟୁଛି ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ଏନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ହୋଇପଡୁଛି ।