
ଆସିକା,୫/୧୦ (ଖିରୋଦ ଚନ୍ଦ୍ର ବେହେରା) : ଉତରପ୍ରଦେଶ ନୈମିଷାରଣ୍ୟ ସ୍ଥିତ ସିତାପୁର ଠାରେ ଓଡିଆ ପ୍ରବକ୍ତାଙ୍କ ଭାଗବତ ମହାପୁରାଣ ଜ୍ଞାନ ଯଜ୍ଞ କଥା ଅନୁଷ୍ଠିତ ହୋଇଯାଇଛି । ନୈମିଷାରଣ୍ୟ ସ୍ଥିତ ସିତାପୁରର ଶ୍ରୀ ସତ୍ୟନାରାୟଣ ସ୍ୱାମି ମନ୍ଦିର ଠାରେ ମହାପୁରାଣ ଜ୍ଞାନ ଯଜ୍ଞ କଥା ଅନୁଷ୍ଟିତ ହୋଇଥିଲା । ଏଥିରେ ଗାଙ୍ଗ ଦହଣି ବଡମଠ ମହନ୍ତ ଶ୍ରୀମତ ରାମକୃଷ୍ଣ ଦାଶଜୀ ମହାରାଜ, ଜଗନ୍ନାଥ ମଠ କଚୁଂଡୁ ମଠାଧିଶ ଶ୍ରୀମତ ହରିହର ଦାଶ ମହାରାଜ, ରଣପୁର ନୟାଗଡ ଚୈତନ୍ୟ ମଠ ମହନ୍ତ ଶ୍ରୀ ପର୍ଶୁରାମ ଦାଶ ମହାରାଜଙ୍କ ଦ୍ୱାରା ଭାଗବତ ମହାପୁରାଣ ଜ୍ଞାନ ପ୍ରବଚନ ଅନୁଷ୍ଠିତ ହୋଇଥିଲା ।

ବ୍ୟାସଦେବ କୃତ ସଂସ୍କୃତ ଶ୍ରୀମଦ ଭାଗବତ ମହାପୁରାଣର ବ୍ୟାସତ୍ୱ, କଂସରଗଡ ଗଞ୍ଜାମର ପଣ୍ଡିତ ଶ୍ରୀ ସନ୍ତୋଷ କୁମାର କରଙ୍କ ଆଚାର୍ଯ୍ୟତ୍ୱରେ ପ୍ରାୟ ୮ ଦିନ ବିଧି ଅନୁସାରେ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ଭାଗବତ ଭାସ୍କର, ଭାଗବତ ବଣି ବିଭୂଷଣ ଶ୍ରୀ ଜଗନ୍ନାଥ ପଣ୍ଡା ତଦୀୟ ଶିଷ୍ୟ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ କଥା ପ୍ରସଙ୍ଗ ଆଲୋଚନା କରାଯାଇଥିଲା ।

ଏହି ଅନୁଷ୍ଠାନର କର୍ତା ଓ କର୍ତୀ ଭାବେ ଆସିକା ସହର ବାଣି ବିହାର ନିବାସୀ ଶ୍ରୀ ପ୍ରଦିପ କୁମାର ପାଣିଗ୍ରାହି ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତି ସୁପ୍ରଭା ପାଣିଗ୍ରାହି କାର୍ଯ୍ୟ ସମ୍ପାଦନା କରିଥିଲେ । ଓଡିଶା ତଥା ଓଡିଶା ବାହାରରୁ ପ୍ରାୟ ୨ଶହରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରୀମଦ ଭାଗବତ ଅମୃତ ରସ ପାନ କରିଥିଲେ । ଏଥିିରେ ସଙ୍ଗୀତ ଗାନରେ ଶ୍ରୀ ଭୋଳାନାଥ ଓ ଜଗନ୍ନାଥ ଏବଂ ବାଦକରେ ଶ୍ରୀ ନିଶାକର ଅଂଶଗ୍ରହଣ କରିଥିଲେ । ଜଗତରେ ବିଶ୍ୱ ଶାନ୍ତ ବଜାୟ ରଖିବା ସହିତ ସମାଜ ମଙ୍ଗଳ ଉଦ୍ଦେଶ୍ୟ ରହିଥିଲା ବୋଲି ଭକ୍ତ ଶ୍ରଦ୍ଧାଳୁ ମାନେ ସୁଚନା ପ୍ରଦାନ କରିଥିଲେ ।



