Home ଅପରାଧ ମଦ୍ୟପ ପୁଅର କାଠ ଫାଳିଆ ଚୋଟରେ ବାପା ମୃତ

ମଦ୍ୟପ ପୁଅର କାଠ ଫାଳିଆ ଚୋଟରେ ବାପା ମୃତ

58

ନବରଙ୍ଗପୁର,୧୬/୦୩/୨୧ (ଜିଲ୍ଲା ଖବର) : ମଦ୍ୟପ ପୁଅର କାଠ ଫାଳିଆ ଚୋଟରେ ବାପା ମୃତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଖାଣ୍ଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ରାସନ କାର୍ଡରେ ମିଳିଥିବା ଚାଉଳ ବିକି ମଦ ପିଇ ଦେଇଥିଲା ପୁଅ । ବାପା ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉତ୍ତ୍ୟକ୍ତ ପୁଅ କାଠ ଫାଳିଆରେ ବାପା ମୁଣ୍ଡରେ ଆଘାତ ଦେଇଥିଲା । ଗୁରୁତର ବାପା ନିତାଇ ବିଶ୍ୱାସଙ୍କୁ ପଡିଶା ଘର ଲୋକ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ । ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଉମରକୋଟ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ପୁଅ ବିଦ୍ୟୁତ ବିଶ୍ୱାସକୁ ଗିରଫ କରିଛି ।