Home ଖେଳ ଭାରତ-ଇଂଲଣ୍ଡ ଟି-୨୦ ସିରିଜ: ଆଜି ଖେଳାଯିବ ତୃତୀୟ ମ୍ୟାଚ

ଭାରତ-ଇଂଲଣ୍ଡ ଟି-୨୦ ସିରିଜ: ଆଜି ଖେଳାଯିବ ତୃତୀୟ ମ୍ୟାଚ

50

୧୬/୦୩/୨୧ (ଜିଲ୍ଲା ଖବର) :  ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ ଖେଳାଯିବ । ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୩ୟ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଥରେ ପଡ଼ିଆକୁ ଓହ୍ଲାଇବା ବେଳେ ଇଆନ ମୋର୍ଗାନଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଇଂଲଣ୍ଡ ଟିମ । ମ୍ୟାଚ ଜିତିବା ପାଇଁ ଭାରତୀୟ ଟିମ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ କରିଛି । ଭାରତୀୟ ଟିମ୍‌ର ଆଗଧାଡ଼ିର ଖେଳାଳିମାନେ ପୂରା ଫର୍ମରେ ଥିବାରୁ ମ୍ୟାଚ ଜିତିବା ଅଧିକ ଆଶା ଦେଖାଯାଉଛି ।

ସୂଚନାଯୋଗ୍ୟ, ଉଭୟ ଦଳ ଏପର୍ଯ୍ୟନ୍ତ ଶୃଙ୍ଖଳାରେ ୧-୧ରେ ରହିଛନ୍ତି । ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟ୍‌ରେ ଭାରତକୁ ପରାସ୍ତ କରିଥିଲା । ୨ୟ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିଥିଲା । ତେଣୁ ଆଜିର ମୁକାବିଲା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ ଜିତିଲେ ଇଂଲଣ୍ଡ ବିପକ୍ଷରେ ୨-୧ରେ ଅଗ୍ରଣୀ ହାସଲ କରିବ ଭାରତ । ଇଂଲଣ୍ଡ ବିପକ୍ଷରେ ଭାରତ ଶୃଙ୍ଖଳାର ୪ର୍ଥ ମ୍ୟାଚ ୧୮ରେ ଓ ୫ମ ତଥା ଅନ୍ତିମ ମ୍ୟାଚ ୨୦ ତାରିଖରେ ଖେଳିବ ।

ସମ୍ଭାବିତ ଭାରତୀୟ ଟିମ୍‌: କେଏଲ ରାହୁଲ (ୱିକେଟକିପର), ବିରାଟ କୋହଲି (ଅଧିନାୟକ) ରୋହିତ ଶର୍ମା, ସୂର୍ଯ୍ୟକାନ୍ତ ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ସାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ନଭଦୀପ ସଇନୀ, ଅକ୍ଷର ପଟେଲ, ଶିଖର ଧୱନ, ଦୀପକ ଚହର, ଶ୍ରେୟସ ଆୟର, ରାହୁଲ ତିୱାଟିଆ, ଈଷାନ କିଷାନ ଓ ରାହୁଲ ଚହର ।

ସମ୍ଭାବିତ ଇଂଲଣ୍ଡ ଦଳ: ଜୋଶ ବଟଲର (ୱିକେଟକିପର), ଇଅନ ମୋର୍ଗାନ (ଅଧିନାୟକ), ଜସନ ରୟ, ଦାୱିଦ ମଲାନ, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ମୋଇନ ଅଲୀ, ସାମ କୁରାନ, କ୍ରିସ ଜୋର୍ଡାନ, ଜୋଫ୍ରା ଆର୍ଚ୍ଚର, ଆଦିଲ ରସିଦ, ସାମ ବିଲିଂ, ରେସୀ ଟୋପଲେ, ମାର୍କ ଉଡ, ଟମ କୁରାନ ଓ ଲିଆମ ଲିଭିଂଷ୍ଟୋନ୍